STORYMIRROR

Akshaya Dash

Action Fantasy Inspirational

4  

Akshaya Dash

Action Fantasy Inspirational

ଗାଁରେ ଖରାଦିନ

ଗାଁରେ ଖରାଦିନ

2 mins
18

ଶୁଖିଲା ନଦୀ ତୁଠ ପୋଖରୀ 

କୂଅରୁ ଗଲା ସରି,

ପାଟ ନାଳରେ ଜଳ କାଳରେ 

ପଶୁ ପକ୍ଷୀଏ ମରି।

ଗଛ ପତର ନାହିଁ ବତର 

ଝାଉଁଳି ପଡେ ମୁଖ,

ସବୁରି ମନ ହରସ ହୀନ 

ହଜିଯାଇଛି ସୁଖ।

ହତାଶ ଖରା ସବୁଠି ଭରା 

ପୋଡ଼ି ପକାଏ ଦେହ,

ଯିବାକୁ ଦୂର ନାହିଁ ବାହାର 

ଅଂସୁ ଆଘାତ ଭୟ।

ତୋଟାବି ନାହିଁ ଗଛର ଛାଇ 

ବସନ୍ତା ଥକା ମନ,

ଅଭାବ ପାଇଁ ସରବେ ଦାୟୀ 

ଲୁଟି ପ୍ରକୃତି ଧନ।

ଘର ବାହାର ପଡେ ପାହାର 

ପତର ହଲୁ ନାହିଁ,

ବିଦୂତ କାଟ ସାଜୁଛି ନାଟ 

ପଙ୍ଖା ପାଖକୁ ଧାଇଁ।

ତାତିଛି ବାଲି ପାରେନି ଚାଲି 

ଚାଷୀ ଭାଇର ଖେତ,

ମୁଣ୍ଡରେ ଠେକା ଲଢ଼ୁଛି ଏକା 

ମନେନି ଅଂଶୁଘାତ।

ଉପାଡ଼ି ମୁଗ ଦିଘଡି ଜାଙ୍କ

ଦେଖୁନି ଖରା ତରା,

ଦେହଟି ତାର ପଥର ଧାର 

ବିଧାତା ଗୁଣ ଭରା।

ଟୋପାଏ ପାଣି ପକ୍ଷିଏ ଜାଣି 

ବୁଡ଼ାନ୍ତି ଆଣି ଥଣ୍ଟ,

କୁକୁର, ଗାଇ, ଗୋରୁଙ୍କ ପାଇଁ 

ଛତର ହାଣ୍ଡି କୁଣ୍ଡ।

ଫୁଟି କାକୁଡି, ବେଲକୁ କାଢି 

ମନ୍ଦିର ଘରେ ପଣା,

ଚାପରୁ ଫେରି ଆସିଲେ ହରି 

ଦହି ପଖାଳ ଅଣା।

ପିଲାଏ ବସି ଲୁଡୁରେ ରସି 

ଭାଉଜ ମାନେ ଶୋଇ,

ଲୁଚି ଲୁଚିକା ସାଥିଙ୍କୁ ଏକା 

ମୋବାଇଲରେ ପାଇ।

ନାହିଁତ ରନ୍ଧା ପଖାଳ ବନ୍ଧା 

ବଢ଼ିକି ମାଛ ଭଜା,

ବାହାରେ ଛାଟ ନିଦାଘ ନାଟ 

ଏସିରେ ଶୋଇ ମଜା।

ଶୀତ ବସନ୍ତ ଗ୍ରୀଷ୍ମକି ବର୍ଷା 

 ସାଥେ ଚଗଲା ମନ,

ପ୍ରେମ ବରଷା, ବସନ୍ତ ଭୂଷା 

 ଶୀତକୁ ଆସ ଧନ ।

ଆସିଛି ପଶି ନିଦାଘ ଧସି 

ଦାଉତା ପିତା, ଖଟା,

କ୍ରୋଧରେ ପଡି ପାରେନି ତଡି 

ପାଚିଲେ ଆମ୍ବ ମିଠା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action