STORYMIRROR

Satyabati Swain

Romance

3  

Satyabati Swain

Romance

କମ୍ ଖୋଜେ ଦେହ ବେଶୀ ଖୋଜେ ମନ

କମ୍ ଖୋଜେ ଦେହ ବେଶୀ ଖୋଜେ ମନ

1 min
168


କେହି କାରେ ଜାଣିବାକୁ ,ବୁଝିବାକୁ

ଗୋଟେ ଶବ୍ଦବି ଲୋଡ଼ା ନୁହେଁ 

ମୁହଁ ନ ଖୋଲିବି ସବୁ କିଛି କହି ହୁଏ ନିଃଶବ୍ଦେ

ନିଃସର୍ତ୍ତ ପ୍ରେମ ବୁଝିବା ପାଇଁ

ଭାଷା ନୁହେଁ ହୃଦୟଟେ ଲୋଡ଼ା କେବଳ ।


ହୃଦୟରୁ ହୃଦୟକୁ ପହଁରି ଯାଏ

ପ୍ରେମପୁର୍ଣ୍ଣ ହୃଦୟର ମଧୁ ମାଳତୀ ବାସ୍ନା

କେବଳ ଦେବାରେ ଯେ ବୁଝେ ସାର୍ଥକତା

ଦେହ ନୁହେଁ ଦାହ ନୁହେଁ ପ୍ରେମଚାହେଁ 

  ବିଶ୍ୱାସର ଭରସା ଛାତ 

ଏବଂ ଗୋଟେ ବିଶ୍ୱାସ ଛାତି। 


ପବିତ୍ରତା ଭାଵ ଉହ୍ମେଇରେ 

ସାଇତା ହେବାକୁ ପ୍ରେମର ଈଶ୍ୱରୀ ହୋଇ

ଯୁଗ ଯୁଗ ପ୍ରେମପୂର୍ଣ୍ଣ ଚିର କାଙ୍ଗାଳ ମନର ଇପ୍ସା

ଅପ୍ରେମେ କାହିଁରେ ସଖୀ ଜୀବନ !

ଆବେଗ ତରଙ୍ଗ ଯେବେ ଛୁଇଁ ଯାଏ ହୃଦ

ଏକ କରି ଦିଏ ଦୁଇ ପ୍ରାଣ ଆଜୀବନ।


ବ୍ୟକ୍ତି,ସ୍ଥାନ ,ସମ୍ପର୍କ ବିଶେଷରେ

ପ୍ରେମ ସଂଜ୍ଞା ,ନାମ ସିନା ଭିନ୍ନ ଭିନ୍ନ

ଗହୀର ବିଲର ବଂଶୀସ୍ଵନ ସେତ

ହୃଦୟେ ଲେପିଦିଏ ଗ୍ରୀଷ୍ମରେ ଚନ୍ଦନ

କମ୍ ଖୋଜେ ଦେହ ବେଶୀ ଖୋଜେ ମନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance