STORYMIRROR

Dr Jharana Satapathy

Classics

3  

Dr Jharana Satapathy

Classics

କଲମର କି ଦୋଷ

କଲମର କି ଦୋଷ

1 min
382


ଵାପା ପଚାରିଲେ ମୁନୁକୁ ପରୀକ୍ଷାରେ 

ଫେଲ ହେଲୁ କାହିଁ 

ମୁନୁ କହିଲା କାଗଜରେ ଲେଖୁ ଲେଖୁ 

କଲମ ଚାଲିଲା ନାହିଁ


ନିଜେ ଲେଖିବା ନ ଜାଣି କଲମକୁ

ଦେଇ ଅଛୁ ଦୋଷ

ମନରେ ଥିଲା ମୋର ଅଭିଳାଷ

ପୁଅ ମୋର ହେଵ ପାସ


ଦିନରାତି ସର୍ବଦା ଖେଳକୁଦରେ ମାତି

ଲେଖାପଢାକୁ ହାତଛଡା କରିଲୁ ନିତି

ତୋ ଫଳ ତୁ ଭୋଗିଲୁ

ପରୀକ୍ଷାରେ ଫେଲ ହୋଇଲୁ


କେବେବି କରେନି କଲମ ଉପରେ 

ଏମିତି ଆଉ ରୋଷ

ପରୀକ୍ଷା ଦେବୁ ତୁ ହୋଇ ହରଷ

କଲମଟିର କି ଅବା ଦୋଷ


କଲମକୁ ଦେବୁନାହିଁ କେବେ ଦୋଷ

ତେବେ ହୋଇବୁ ମଣିଷ

ନ ହେଲେ ହେବ ତୋର ସର୍ବନାଶ

ଗଢିବୁ କିପରି ଭବିଷ୍ୟ


ବିଦ୍ୟାର୍ଥୀ ରୂପେ କଲମଟି ତୋର

ହସ୍ତରେ ହିଁ ଶୋଭାପାଏ

ଭାଗ୍ୟ ଭବିଷ୍ୟ ଗଢି ଜୀବନର

ଲେଖନୀର ଗାଥା ରଚିଥାଏ


ମାନ ମହତ ମୋର ରଖ ସମ୍ଭାଳି

ମୁଁହରେ ବୋଳେନା କାଳି

ଲଜ୍ଜାରେ ତୁ ଦିନେ ଯିବୁ ଝାଉଁଳି

କଲମକୁ ତୁ କରେନି ଗାଳି ।


ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics