STORYMIRROR

Jitendra Seth

Fantasy

4  

Jitendra Seth

Fantasy

କଲମ

କଲମ

1 min
419

କଲମରେ କଲମ ତୁ ଲେଖି ଲେଖି ଯା

ବନ୍ଧୁ ହୋଇ ମୋ ପାଖରେ ସବୁଦିନେ ଥା


ଡରି ନାହୁଁ ଡରିବୁନି ଆସୁ ଯେତେ ବାଧା 

ନାହିଁ କେହି ତତେ ଜମା କରିବାକୁ ନିନ୍ଦା 


କଲମରେ କଲମ ତୁ ସତ ଲେଖୁଥା

ବନ୍ଧୁ ହୋଇ ମୋ ପାଖରେ ସବୁଦିନେ ଥା ।


ତୋ ମୁନରେ ଲେଖା ପରା ଗୀତା ଭାଗବତ 

ନାଟକ ଗଳପ ଏକାଙ୍କିକା ପ୍ରେମ ଗୀତ 

କୋଟି ଜନ ମନ ମୋହୁ ମଧୁ ବାରତାରେ 

ତୋ ପାଇଁ ବିପ୍ଳବ ହୁଏ ଦୁନିଆ ମଞ୍ଚରେ 


ମହାନ ତୋ ଭାବଧାରା

ସବୁଠୁ ଅଟେ ନିଆରା 

ନୀରବେ ଶିଖେଇ ଯାଉ କେତେ ନୂଆଁ କଥା ।


କଲମରେ କଲମ ତୁ ସବୁ ଦେଖୁଥା 

ବନ୍ଧୁ ହୋଇ ମୋ ପାଖରେ ସବୁଦିନେ ଥା


ସମୟ ସୁଅରେ ବିତିଗଲା କେତେ ଯୁଗ 

ବଦଳି ଗଲା ଦୁନିଆ ରୂପ ଭୋଗାଭୋଗ

ହେଲେ ତୁ ଯେମିତି ଥିଲୁ ସେମିତିକା ଅଛୁ 

ଇତିହାସ ରୂପେ ସବୁ ସାଉଁଟି ରଖିଛୁ ।


ମନର କଥାକୁ ବୁଝି

ଆଳଙ୍କାରେ ତାକୁ ସାଜି 

ହରସେ ତୁ ଝରି ଯାଉ ରଚି ନୂଆଁ ଗାଥା ।


କଲମରେ କଲମ ତୁ ସବୁ ବୁଝୁଥା 

ବନ୍ଧୁ ହୋଇ ମୋ ପାଖରେ ସବୁଦିନେ ଥା ।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy