STORYMIRROR

Manasmita Parida

Abstract Others

3  

Manasmita Parida

Abstract Others

କଲମ ମୁଁ

କଲମ ମୁଁ

1 min
149

ଅଧାତୁରେ ଗଢ଼ା 

ମୋର ଏ ଶରୀର

ହୁଏନି ମୁଁ କେବେ ନଷ୍ଟ

ମୋ ଭିତରର ସେହି 

ଇନ୍ଦ୍ରଧନୁ ରଙ୍ଗ ସମ କାଳି

ଯେବେ ହୁଏ ଶେଷ

ସେବେ ହୁଏ ମୁଁ ଅଦରକାରୀ

ସେବେ ହୁଏ ମୋର ମୃତ୍ୟୁ।

କଣ୍ଠ,ସ୍ୱରହୀନ

ବାକ ହୀନ ମୋର ଉକ୍ତି

ତଥାପି ମୋ ମନ୍ତବ୍ୟ

ଖଣ୍ଡା ଧାର ସମ

କେବଳ ପ୍ରକାଶିତ ହୁଏ

ଲିଖିତ ମାଧ୍ୟମରେ

ତେଣୁ ସମସ୍ତେ ଜାଣ

କଲମ ମୋହରି ନାମ।


Rate this content
Log in

Similar oriya poem from Abstract