STORYMIRROR

Prasanta kumar Hota

Fantasy Others

3  

Prasanta kumar Hota

Fantasy Others

କଳ୍ପନାର ଗୀତ -50

କଳ୍ପନାର ଗୀତ -50

1 min
6.1K


କେବେ ଦେଖିନାହିଁ ନିରିମାଲ୍ୟ ରଙ୍ଗ

କେବେ ପାଇ ନାହିଁ ବାସ

ତୁଳସୀର ଛୁଆଁ କାହିଁକି ବା ଦେବ

ମୋର ନୁହେଁ ଏଥି ଆଶ ।


ଅନ୍ତିମ ସମୟ ଆସିଛି ଏବେତ

ରହିଯାଅ ଟିକେ ପାଖେ

ତୁମେ ମୋ ତୁଳସୀ ନିର୍ମାଲ୍ୟର ସମ

ସାଥି ଯେଣୁ ଦୁଃଖେ ସୁଖେ


ଏ ଜିହ୍ଵା ଧରିଛି ତୋର ନାମ ସଦା

ନୁହେଁ ହରେକୃଷ୍ଣ ରାମ

ଏବେ କାହିଁ ଆଉ ସଜେଇ ମୁ ହେବି

ଦୁନିଆକୁ ଦେଇ ଭ୍ରମ


ନେବ ନାହିଁ ମୋତେ କୋକେଇ ସଙ୍ଗତେ

କହି ରାମ ନାମ ସତ୍ୟ

କାହିଁକି କହିବ ଜଡ ଶରୀରକୁ

ଆତ୍ମା ମୋର ପ୍ରତ୍ୟାଗତ


ତୁ ଥିବୁ ପାଖରେ ଦେବୁ ପଲକରେ

ତୋର ସେ ଅଙ୍ଗୁଳି ସ୍ପର୍ଶ

ଆସିଲେ ପ୍ରାଣରେ ଜୀବନ ତରଙ୍ଗ

ନାଶ ହେବ ଜୀବ ତ୍ରାସ


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy