STORYMIRROR

Prasanta kumar Hota

Romance Tragedy

3  

Prasanta kumar Hota

Romance Tragedy

କଳ୍ପନାର ଗୀତ -୪୯

କଳ୍ପନାର ଗୀତ -୪୯

1 min
7.6K


ହୁଏ ମୁଁ ବିବଶ ତୋର ରୂପ ପାଇଁ

ଅବଶରେ ଯାଏ ବୋହି

ଜାଣି ମୁଁ ପାରେନା କେବେବି ତୁମକୁ

କହିପାରେ ନାହିଁ ଯାଇ ।

ବାସନା କି ହେଲା କାମନା ମୋହର

ନିଜେ ପାରେ ନାହିଁ ଜାଣି

ଥିଲେ ବି ମନରେ ଜାଣିବା କି ଲୋଡା

ଗୋପନ ମନ କାହାଣୀ ।

ବୁଝେ ନାହିଁ ପାପ ପୁଣ୍ୟ କେତେ ମୋର

ସମାଜ ର ନିୟମରେ

ମନଜ ଇନ୍ଦ୍ରିୟ ଖୋଜି ବୁଲେ ତୋତେ

ମନ ସାଗରର ତୀରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance