Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Biswajit Sahoo

Tragedy Classics

3  

Biswajit Sahoo

Tragedy Classics

କଳ୍ପନା ଏବଂ ବାସ୍ତବତା

କଳ୍ପନା ଏବଂ ବାସ୍ତବତା

1 min
216


ସତରେ କେତେ ଭଲ ଲାଗୁଥିଲା ସ୍ବପ୍ନର‌ ଦୁନିଆ,

ହେଲେ କଳ୍ପନା କେତେ ବାସ୍ତବ ?

ସ୍ବପ୍ନ କେତେ ସତ ?

ଆଉ ମଣିଷ କେତେ ସଫଳ ?

ବିବେକର ବାରମ୍ବାର ପ୍ରଶ୍ନ...

ତୀକ୍ଷ୍ମ ଶରରେ କ୍ଷତାକ୍ତ ହୁଏ ମନ।

ହେଲେ ସାମୟିକ ଉତ୍ତେଜନା...

ଭୁଲାଇ ଦିଏ ଅତୀତ...

ଅଳିକ ତୃପ୍ତି ପାଇଁ ବନ୍ଧା ପଡ଼ିଯାଏ,

ସାରା ଜୀବନର ପୁଞ୍ଜି।

ହଜି ଯାଏ ଗନ୍ତବ୍ୟର ଠିକଣା,

 ଆଉ ଅନ୍ତ....

ସେ ତ ଆହୁରି ବିଭତ୍ସ, ମର୍ମନ୍ତୁଦ

ଏକ କଳଙ୍କିତ ଜୀବନ ବଞ୍ଚିରହି ଥାଏ

କେବଳ ମୃତ୍ୟୁ ସହ ସାକ୍ଷାତ ପାଇଁ ।


Rate this content
Log in