STORYMIRROR

Arjuni charan Behera

Inspirational

4  

Arjuni charan Behera

Inspirational

କଳ୍ପବଟ

କଳ୍ପବଟ

1 min
280

କଳପ ବଟରେ କଳପ ବଟ l

ତୋ ପାଇଁ ଲେଖୁଛି ଅଳପ ଗୀତ ll


କେଉଁ କାଳୁ କ୍ଷେତ୍ରେ ରହିଛୁ ତୁହି l

କୋଟି କୋଟି ଯୁଗ ଗଲାଣି ବହି ll


ସୃଷ୍ଟି ଭାସି ଗଲା ପ୍ରଳୟ ଜଳେ l

ଅକ୍ଷୟ ବଟ ତୁ ରହିଲୁ ହେଳେ ll


ବଟ ପୂଟ ଶାୟୀ ଆରତ ତ୍ରାଣ l

ତୋର ପତ୍ରେ କରିଥିଲେ ଶୟନ ll


ରୂପ ଧରିଥିଲେ ବାଳ ମୁକୁନ୍ଦ l

ନମସ୍ତେ ନମସ୍ତେ ଶ୍ରୀ ଆଦିକନ୍ଦ ll


ଭାସି ଯାଉଥିଲେ ମାର୍କଣ୍ଡ ଋଷି l

ବାହୁବଳେ ଧରିଥିଲେ ଆକର୍ଷି ll


ଡାଳେ ବସିଥିଲା ଭୂଷଣ୍ଡ କାକ l

କଳପଜୀବି ସେ କଳପ ଯାକ ll


ରାମ ନାମ ଜପୁ ଜପୁ ସେ ତୁଣ୍ଡେ l

ଖସିପଡ଼ି ଥିଲା ରୋହିଣୀ କୁଣ୍ଡେ ll


ଚତୁର୍ଭୁଜ ନାରାୟଣ ମୁରତି l

ଧରି କଲା ସ୍ୱର୍ଗ ରାଇଜେ ଗତି ll


ମୂଳେ ତୋର ବସି ଶ୍ରୀ ଗଜାନନ l

ଲେଖନୀରେ ସବୁ କଲେ ଲିଖନ ll


କଳପ ବଟରେ କଳ୍ପନା କରି l

ଭାବେ ବାନ୍ଧିଦେଲେ ଭାବର ଡୋରି ll


ଅବଶ୍ୟ ପୁରଇ ମନ କାମନା l

ବିଶ୍ୱାସରେ ହରି ମିଳନ୍ତି ସିନା ll


ଜଗନ୍ନାଥ ଦାସ ବସି ତୋ ତଳେ l

ଭାଗବତ ଶାସ୍ତ୍ର ବଖାଣି ଗଲେ ll


ବାଞ୍ଛା କଳ୍ପତରୁରେ ବଟ ତୁହି l

ପ୍ରଣାମ ଜଣାଇ ରହିଲି ମୁହିଁ ll



Rate this content
Log in

Similar oriya poem from Inspirational