STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

କଳ୍ପବଟ

କଳ୍ପବଟ

1 min
146


କଳପ ବଟ ମୂଳିଆ

   ମୋ ଜଗା ବଳିଆ

ଦୁନିଆରେ କିଏ ଅଛି

   ଆଉ ତୁମ ଭଳିଆ

    

ଅକ୍ଷୟ ତୁମ କଳ୍ପବଟ

  ଯୁଗେ ଯୁଗେ ରହିଛି

ପ୍ରଳୟ କାଳେ ସେ ରହି

  ନୂଆଁ ସୃଷ୍ଟି ଦେଖୁଛି


କଳ୍ପବଟ ମୂଳେ ବଟ ଗଣେଶ ରହିଲେ

ଜଗନ୍ନାଥ ଦାସ ତୁମକୁ ଧ୍ୟାୟି ଭାଗବତ ଲେଖିଲେ

କଳ୍ପବଟ ମୂଳେ ଓଡ଼ିଆ ଭାଗବତ ଲେଖା ହୋଇଲା

ପ୍ରତି ଘରେ ଘରେ ସେ ଉଚ୍ଚାରିତ ହୋଇଲା


ଆସ ଦେଖି ଯିବା କଳ୍ପବଟକୁ

ରହିଛି ସେ ଭକ୍ତ ମନବଞ୍ଚା ପୂର୍ଣ୍ଣ କରିବାକୁ

କଳ୍ପବଟ ଡାଳେ ଡୋରି ବାନ୍ଧିବା

ଆମ ମନ କଥା ଜଣାଇ ଦେବା


ଶ୍ରୀକ୍ଷେତ୍ର ଧାମେ କଳ୍ପବଟର 

ଶୋଭାକୁ ଦେଖ

କଳ୍ପବଟ ମୂଳେ ବସିଛନ୍ତି କଳା ଶ୍ରୀମୁଖ

ଆସ କଳ୍ପବଟକୁ ଦର୍ଶନ କରି ଆସିବା

କେତେ ଜନ୍ମ ପାପରୁ ମୁକ୍ତି ପାଇବା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics