STORYMIRROR

Chandrakanta Nayak

Classics

3  

Chandrakanta Nayak

Classics

କଳଙ୍କିତ ଚନ୍ଦ୍ର !

କଳଙ୍କିତ ଚନ୍ଦ୍ର !

1 min
348

କଳଙ୍କିତ ଚନ୍ଦ୍ର କାହାକୁ କରିଛି ଉତର ଅଛି 

କି ଦେବ ?

ହେଲେ ସେହି ଚନ୍ଦ୍ର କଳଙ୍କିତ ହୋଇ ସବୁଦିନ ରହିଥିବ I

ତୁମେ ବୋଳି ଦେଇ କଳଙ୍କ କାଳିମା ଆଜି ହସ ଖୁଲିଖୁଲି !

ହେଲେ ଚନ୍ଦ୍ରମା ର ଦେହେ ଶୂନ୍ୟସ୍ଥାନ ରହିଅଛି ଯାହା ଖାଲି ॥

କିଏ ମାଗିଥିଲା ତୋ ନିଜ ଠିକଣା ଆପେ ଆପେ ଆସି ଦେଲୁ !

ତୋ ଭଲ ପାଇବା ସରିଗଲା ପରେ ଚନ୍ଦ୍ରକୁ କଳଙ୍କ କଲୁ |

ଭଲ ପାଇବାକୁ ପାପ ବୋଲି ପରା ଏ ଦୁନିଆଁ କହୁଛି କହିବ ।

ଦୁନିଆ ଆଗରେ ପାପିଟିଏ ହୋଇ ଚନ୍ଦ୍ର ରହିଛି ରହିବ !

ପୂଣ୍ୟ ପାପାର ନିକିତିରେ କେବେ ପୀରତି ତଉଲି ହୁଏନା !

ପ୍ରୀତି ଅରଚନା ପିରତି ସାଧନା ସେ ପୀତିର ନାହିଁ ଠିକଣା !!

ଭଲ ପାଇବାକି କ୍ଷମାହୀନ ଦୋଷ କ୍ଷମାନାହିଁ ଯାହାପାଇଁ ।

ଦୋଷ ନ କରି ବି ମୃତ୍ୟୁ କୁ ଅପେକ୍ଷା ଏ ଚନ୍ଦ୍ର କରିଛି ରହି !!

ନିଜ ଠିକଣାକୁ ହଜାଇ ଦେଇ ସେ ପୀରତି ଠିକଣା ଖୋଜୁଛି ।

ତା ଭଲ ପାଇବା ମରିତ ମଲାଣି କଳଙ୍କର ଟିକା ନେଇଛି !

ଦୁନିଆଁ ଆଗରେ ଯେତେ ଦିନ ଯାଏଁ ତୁ ବଂଚି ରହିଥିବୁ । 

ଚନ୍ଦ୍ର କୁ କିଏ ଯେ କଳଙ୍କିତ କଲା ତା ଉତର

ଦେଉଥିବୁ॥

ଚନ୍ଦ୍ର କୁ ମାରି ତୁ ନିଜେ କି ଭଲରେ ବଂଚିଛୁ ପାରିବୁ କହି ? 

ଯଦି ନ ବଂଚିଛୁ କାହିଁକି ମାରିଲୁ ତା ଉତର ଯା ଦେଇ ॥

କେଉଁ ଭରଷାରେ କେଉଁ ସ୍ବାର୍ଥନେଇ ପାଦତୁ ବଢାଇ ଥିଲୁ ? 

ସ୍ବାର୍ଥ ତୋର ଯେବେ ପୂରଣ ହୋଇଲା ବାଟଭଙ୍ଗି ଚାଲିଗଲୁ !

ଅଧାବାଟ ଟିରେ ଚନ୍ଦ୍ରମା ଝୁରେ ଜୋଛନା ତ ଛାଡି ପାରେନା ।

କେମିତି କାହିଁକି ଖୋଜିବ ସେ ପୁଣି ଆଉ ଏକ ନୂଆ ଠିକଣା ?

ଠିକଣା ବିହୀନ ଚନ୍ଦ୍ର ଆକାଶରେ ପୃଥିବୀକୁ ଖାଲି ଚାହିଁଛି । 

ସେହି ପୃଥୁବୀ କି ଚନ୍ଦ୍ର ମନର ବେଦନାକୁ ଆଜି ବୁଝିଛି ?

ଆରମ୍ଭ କେଉଁଠି ଶେଷ ବି କେଉଁଠି କେମିତି ବଂଚିବ ଜାଣେନା।

ଯେଉଁଠି ଅଛୁ ତୁ ଯେମିତି ତୁ ଅଛୁ ମଙ୍ଗଳ ତୋର ମଙ୍ଗଳ କରୁଛି କାମନା !


Rate this content
Log in

Similar oriya poem from Classics