କଳଙ୍କିତ ଚନ୍ଦ୍ର !
କଳଙ୍କିତ ଚନ୍ଦ୍ର !
କଳଙ୍କିତ ଚନ୍ଦ୍ର କାହାକୁ କରିଛି ଉତର ଅଛି
କି ଦେବ ?
ହେଲେ ସେହି ଚନ୍ଦ୍ର କଳଙ୍କିତ ହୋଇ ସବୁଦିନ ରହିଥିବ I
ତୁମେ ବୋଳି ଦେଇ କଳଙ୍କ କାଳିମା ଆଜି ହସ ଖୁଲିଖୁଲି !
ହେଲେ ଚନ୍ଦ୍ରମା ର ଦେହେ ଶୂନ୍ୟସ୍ଥାନ ରହିଅଛି ଯାହା ଖାଲି ॥
କିଏ ମାଗିଥିଲା ତୋ ନିଜ ଠିକଣା ଆପେ ଆପେ ଆସି ଦେଲୁ !
ତୋ ଭଲ ପାଇବା ସରିଗଲା ପରେ ଚନ୍ଦ୍ରକୁ କଳଙ୍କ କଲୁ |
ଭଲ ପାଇବାକୁ ପାପ ବୋଲି ପରା ଏ ଦୁନିଆଁ କହୁଛି କହିବ ।
ଦୁନିଆ ଆଗରେ ପାପିଟିଏ ହୋଇ ଚନ୍ଦ୍ର ରହିଛି ରହିବ !
ପୂଣ୍ୟ ପାପାର ନିକିତିରେ କେବେ ପୀରତି ତଉଲି ହୁଏନା !
ପ୍ରୀତି ଅରଚନା ପିରତି ସାଧନା ସେ ପୀତିର ନାହିଁ ଠିକଣା !!
ଭଲ ପାଇବାକି କ୍ଷମାହୀନ ଦୋଷ କ୍ଷମାନାହିଁ ଯାହାପାଇଁ ।
ଦୋଷ ନ କରି ବି ମୃତ୍ୟୁ କୁ ଅପେକ୍ଷା ଏ ଚନ୍ଦ୍ର କରିଛି ରହି !!
ନିଜ ଠିକଣାକୁ ହଜାଇ ଦେଇ ସେ ପୀରତି ଠିକଣା ଖୋଜୁଛି ।
ତା ଭଲ ପାଇବା ମରିତ ମଲାଣି କଳଙ୍କର ଟିକା ନେଇଛି !
ଦୁନିଆଁ ଆଗରେ ଯେତେ ଦିନ ଯାଏଁ ତୁ ବଂଚି ରହିଥିବୁ ।
ଚନ୍ଦ୍ର କୁ କିଏ ଯେ କଳଙ୍କିତ କଲା ତା ଉତର
ଦେଉଥିବୁ॥
ଚନ୍ଦ୍ର କୁ ମାରି ତୁ ନିଜେ କି ଭଲରେ ବଂଚିଛୁ ପାରିବୁ କହି ?
ଯଦି ନ ବଂଚିଛୁ କାହିଁକି ମାରିଲୁ ତା ଉତର ଯା ଦେଇ ॥
କେଉଁ ଭରଷାରେ କେଉଁ ସ୍ବାର୍ଥନେଇ ପାଦତୁ ବଢାଇ ଥିଲୁ ?
ସ୍ବାର୍ଥ ତୋର ଯେବେ ପୂରଣ ହୋଇଲା ବାଟଭଙ୍ଗି ଚାଲିଗଲୁ !
ଅଧାବାଟ ଟିରେ ଚନ୍ଦ୍ରମା ଝୁରେ ଜୋଛନା ତ ଛାଡି ପାରେନା ।
କେମିତି କାହିଁକି ଖୋଜିବ ସେ ପୁଣି ଆଉ ଏକ ନୂଆ ଠିକଣା ?
ଠିକଣା ବିହୀନ ଚନ୍ଦ୍ର ଆକାଶରେ ପୃଥିବୀକୁ ଖାଲି ଚାହିଁଛି ।
ସେହି ପୃଥୁବୀ କି ଚନ୍ଦ୍ର ମନର ବେଦନାକୁ ଆଜି ବୁଝିଛି ?
ଆରମ୍ଭ କେଉଁଠି ଶେଷ ବି କେଉଁଠି କେମିତି ବଂଚିବ ଜାଣେନା।
ଯେଉଁଠି ଅଛୁ ତୁ ଯେମିତି ତୁ ଅଛୁ ମଙ୍ଗଳ ତୋର ମଙ୍ଗଳ କରୁଛି କାମନା !
