Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

4  

Jagannath Barik

Inspirational

କଳଙ୍କିନୀ

କଳଙ୍କିନୀ

1 min
458


ଝିଅ ମୁହଁ ଟେକି ପୁଅକୁ ଚାହିଁଲେ

   ବୋଲନ୍ତି ଅସତୀ ସିଏ

କିନ୍ତୁ ପୁଅ ଯଦି ଧର୍ଷଣ କରଇ

   ସମାଜ ଦୋଷ ନଦିଏ |


ପୁଅମାନେ ସିନା ପିତଳ ମାଠିଆ

   ଝିଅତ ମାଟି ମାଠିଆ

ପୁରୁଷ ପ୍ରଧାନ ସମାଜରେ ଆହା

   ଏ ବଡ଼ ପକ୍ଷପାତିଆ |


ଗରିବ ପଦନ ଝିଅ ନାଆଁ ଜହ୍ନ

   ଗୋଟିଏ ଚାଉଳେ ଗଢ଼ା

ଅପୂର୍ବ ସୁନ୍ଦରୀ ଚାରୁ ବିମ୍ବାଧରୀ

  ଅଧିକ ନଥିଲା ପଢ଼ା |


ପାଖ ଗାଆଁ ଏକ ଜମିଦାର ଘରେ

  ମାତ୍ର ଅଠର ବର୍ଷରେ 

ବିଭା ହୋଇଗଲା ଭାଗ୍ୟକୁ ତାହାର

  ବର ରହେ ବିଦେଶରେ |


ନପୁଂସକ ସେତ ନାରୀସଙ୍ଗ ସୁଖ

   ଜୀବନେ ସମ୍ଭବ ନାହିଁ

ଫାଟିଲା କପାଳ ଝିଅଟି ବିକଳ

  ଉତ୍ତାଳ ଯୌବନ ନଈ |


ପର ପୁରୁଷର ଚୋରା ପୀରତିର

  ସୁଯୋଗ ଯୋଗକୁ ମିଳେ

ଏକାଧିକ ଯୁବା ପୁରୁଷଙ୍କ ସଙ୍ଗେ

  ସମ୍ପର୍କ ରଖିଲା ବଳେ |


ଲୋକ ଅପବାଦ ଲଜ୍ଜା ମହତକୁ

  ପଛରେ ପକାଇ ଦେଇ

କଳଙ୍କିନୀ ଟୀକା ମଥାରେ ପିନ୍ଧିଲା

  ଲୋକେ ହେଲେ କୁହାକୁହି |


ଶାଶୁଘର ଲୋକେ କରିଲେ ଅନ୍ତର

   ସ୍ଵାମୀ ତ ପଚାରେ ନାହିଁ

ଦେହ ବ୍ୟବସାୟ କରିଲା ସେ ହାୟ

   କଟକ ସହରେ ଯାଇ |


ସରଳ ଗାଉଁଲି ଝିଅ ସୁନା ଜହ୍ନ 

   ନେଲା ନରକ ଆଦରି 

ପରିସ୍ଥିତି ତାଡ଼ନାରେ ବାଧ୍ୟ ହୋଇ 

  କଳଙ୍କିନୀ ଆଖ୍ୟା ଧରି । 

    


Rate this content
Log in

Similar oriya poem from Inspirational