STORYMIRROR

କଳ୍ପନା ରାୟ

Tragedy Others

3  

କଳ୍ପନା ରାୟ

Tragedy Others

କଳଙ୍କ

କଳଙ୍କ

1 min
249

ବେଳେବେଳେ ଦୋଷ ନ ଥାଇ

ବି କଳଙ୍କ ପାହାଡ଼ ମୁଣ୍ଡରେ ମୁଣ୍ଡେଇ 

ଚାଲିବାକୁ ପଡେ

ଯେମିତିକି ଦ୍ରୂପଦ କନ୍ୟା ଦ୍ରୌପଦୀ

କୌଣସି ଦୋଷ ନ ଥାଇ ବି

ପଞ୍ଚପତିଙ୍କ ପତ୍ନୀ ହୋଇ

ମାତା ସୀତାଙ୍କୁ ରାବଣ ଚୋରାଇ

ଛୁଇଁ ନ ଥିଲେ ବି କଳଙ୍କ

ପିଛା ଛାଡି ନଥିଲା ତାଙ୍କର


ବେଳେବେଳେ କଳଙ୍କିତ ହେବାକୁ

ଜାଣି ମଧ୍ୟ ହୃଦୟ ତାକୁ ଛାଡି ପାରେନି

ଯେମିତିକି ରାଧା କୃଷ୍ଣଙ୍କ ପ୍ରେମରେ

ବାଇ ହୋଇ କୃଷ୍ଣଙ୍କ ବେଣୁ ଧ୍ୱନି

ଶୁଣି ଦୌଡୁଥିଲେ ଯମୁନା ନଦୀକୂଳ

କୃଷ୍ଣଙ୍କ ଅଵର୍ତ୍ତମାନରେ ଵି ଯମୁନା କୂଳ

ତାଙ୍କୁ ଲାଗୁଥିଲା କୃଷ୍ଣମୟ 


ଅଧୁନା ଯୁବକ ଯୁବତୀ କିନ୍ତୁ କଳଙ୍କକୁ

ଖାତିର ନ କରି କରନ୍ତି କାମ

ସଂସ୍କୃତି ସଭ୍ୟତା ପରମ୍ପରାକୁ ଭୁଲି

ପ୍ରାଚ୍ୟ ପାଶ୍ଚାତ୍ୟର ମିଳନ କରି

ଖିଚିଡି ସଭ୍ୟତା ସୃଷ୍ଟି କରି

ନିଜ ପରିବାର ଗାଁ ପାଇଁ ହୁଅନ୍ତି କଳଙ୍କ

ବୁଦ୍ଧି ସବୁ ଦୁର୍ଵୁଦ୍ଧିରେ ପରିଣତ କରି

ଗାନ୍ଧୀଙ୍କ ଅହିଂସା ନୀତିକୁ ଭୁଲ୍ ବୋଲି କହି

ମନ ଇଚ୍ଛା କାର୍ଯ୍ୟ କରି ହୁଅନ୍ତି କଳଙ୍କ


କଳଙ୍କ, ଯାହା ପରିବାର ସମାଜ, ସଂସ୍କୃତି

ପରମ୍ପରା ବିଚାର ଅନୁମୋଦିତ ନୁହେଁ

ଯାହା ଅନ୍ୟପାଇଁ ହୁଏତ ଅସୁବିଧା ହୁଏ

ତାହା ହୁଏତ ମନର ଭ୍ରମ ହୋଇ ପାରେ

ବା ଵାଧ୍ୟବାଧକତା କିମ୍ବା ବିବେକ

ଅନୁମୋଦିତ ହୋଇପାରେ ବା ନ ପାରେ

କଳଙ୍କ, ଯାହା ସାମାଜିକ ସ୍ବୀକୃତି ନୁହେଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Tragedy