କଳଙ୍କ
କଳଙ୍କ


ଧରା ପୃଷ୍ଠେ ଆମେ ଜନମ ନେଇଛେ
ମଣିଷ ଜୀବନ ପାଇ,
ଜଗତ ସ୍ରଷ୍ଟାଙ୍କ ସର୍ବୋତ୍ତମ ସୃଷ୍ଟି
ଏହାକୁ ଭୁଲିବା ନାହିଁ ।
ଶରୀରେ ଆମର ରୋଗ ବ୍ୟାଧି ଥିଲେ
ଉପଚାରେ ଭଲ ହେବ,
କଳଙ୍କ ଲାଗିଲେ ଚରିତ୍ରରେ ଥରେ
ସଦା ତାହା ରହିଯିବ ।
ପୁରାଣ ଯୁଗରୁ ଯେଉଁ ଚରିତ୍ରକୁ
କଳଙ୍କ ଲାଗିଛି ରହି
ଅଧୁନା ଯୁଗରେ ସେହି ଚରିତ୍ରକୁ
ଆମେ ସବୁ ଘୃଣା ପାଇ ।
କଳଙ୍କ କାଳିମା ଏମିତିକା ଦାଗ
କେବେ ତାହା ଧୁଏ ନାହିଁ
କଳଙ୍କ ଯେପରି ନଲାଗେ ଚରିତ୍ରେ
ରୁହ ସଦା ଧ୍ୟାନ ଦେଇ ।