STORYMIRROR

Sagar Kumar Parida

Abstract

4  

Sagar Kumar Parida

Abstract

କଳଙ୍କ

କଳଙ୍କ

1 min
236


ରାମ ବୋଲି ଜଣେ କୃଷକ

କୃଷି କାମରେ ରତ,

ସ୍ତ୍ରୀ ପିଲା ନେଇ ଖୁସିରେ

ଚାଲେ ସଂସାର ପଥ।।

ଝିଅଟି ତାହାର ସୁମନ

ଭଦ୍ର ଶିକ୍ଷତା ବାଳା,

ପିତାମାତଙ୍କର କଥାକୁ

ମାନି ସେ ଚଳୁଥିଲା।।

ଗ୍ରାମରେ ଶିକ୍ଷାକୁ ସାରିଣ

ଉଚ୍ଚ ଶିକ୍ଷାର ପାଇଁ,

ମନ ବଳାଇଲା କନ୍ୟାଟି

ପିତା ପାଶରେ ଯାଇ।।

ଝିଅଟିର କଥା ଶୁଣିଣ

ରାମ ହରଷ ହେଲା,

ଧାର ଉଧାର କରିଣ

କନ୍ୟାକୁ ପଢ଼ାଇଲା।।

ସହରେ ପଢିଲା ସୁମନ

ଭୁଲିଲା ଗ୍ରାମ କଥା,

ଖରାପ ସାଙ୍ଗରେ ପଡିଣ

ବ୍ୟୟ ସମୟ ସଦା।।

ପରୀକ୍ଷାରେ ହେଲା ଫେଲ

ମୁଣ୍ଡେ ପଶିଲା ଚିନ୍ତା,

ଖରାପ ସାଙ୍ଗର ପାଇଁକି

କଳଙ୍କ ବୋହିଲା ମଥା।।

ସେଥିପାଇଁ ସଦା ଜୀବନେ 

କର ଉତ୍ତମ ସଙ୍ଗ,

କଳଙ୍କ ଶବ୍ଦଟି ପାଖକୁ

କେବେ ନ ଦେବ ଲମ୍ଫ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract