STORYMIRROR

Shubhra Suchitra Mahanta

Tragedy Others

3  

Shubhra Suchitra Mahanta

Tragedy Others

କଳିଯୁଗରେ ଶାନ୍ତି କାହିଁ

କଳିଯୁଗରେ ଶାନ୍ତି କାହିଁ

1 min
240

ସୁନ୍ଦର ଲାଗେ ଦୂର ପରବତ 

ପାଖରୁ ଦେଖିଲେ ପଥର


ଦୂର ପରିଜନ ଅମୃତ ଲାଗନ୍ତି

ପାଖ ପରିଜନ ଜହର


ଅନ୍ୟର ଦୋଷ ଦିଶେ ସବୁବେଳେ 

ଦିଶେ ନି କେବେ ନିଜର 


ଧନ ସମ୍ପତ୍ତି ଭରି ରହିଥିଲେ

ତୁମେ ଫୁଲ ବାକି ଭଅଁର


ସେଇ ଫୁଲ ରୁ ରସ ସରିଗଲେ

ସେ ନୁହେଁ ଆଉ କାହାର


ସମ୍ପର୍କ ଆଉ ଆଗ ଭଳି ନାହିଁ

ସବୁଠି ରାଜନୀତି କହର


ସଫଳତା ଦେଖି ଜଳନ୍ତି ସବୁ

ଅପେକ୍ଷା ଥାଏ ବିଫଳତାର


କଳିଯୁଗରେ ଶାନ୍ତି କାହିଁ

ସାଙ୍ଗ ଏଠି ଚୋର ପୋଲିସର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy