STORYMIRROR

ମୁକ୍ତିରାଣୀ ଦେବତା

Inspirational

4  

ମୁକ୍ତିରାଣୀ ଦେବତା

Inspirational

କଳିଯୁଗ ମଣିଷ

କଳିଯୁଗ ମଣିଷ

1 min
292


କଳିଯୁଗ ମଣିଷ ମୁଁ କଳିଯୁଗ ମଣିଷ

ନିଅଣ୍ଟ ପଡୁଛି ମୋତେ ବାକିତକ ଆୟୁଷ

ଆଜୀବନ ଅରଜିଲି କୋଟିକୋଟି ପାପ

ଅଧର୍ମ ଅନ୍ୟାୟ କରି ପାଇଛି ମୁଁ ଶାପ ।। 


ଅସତ୍ଯ ମାର୍ଗରେ ଚାଲି କହୁଥାଏ ମିଥ୍ୟା

ବଳାତ୍କାର ସାଥେସାଥେ କରେ ଭ୍ରୁଣହତ୍ୟା 

ଜୀବହତ୍ୟା ପରି କରେ ନାରକୀୟ କାଣ୍ଡ 

ନାହିଁ କେହି ଅଛି ଯିଏ ଦେବ ମୋତେ ଦଣ୍ଡ ।। 


ଖଟିଖିଆ ଗରିବଙ୍କ ଚିପୁଥାଏ ତଣ୍ଟି 

ଲାଞ୍ଚମିଛ କହି ନିଜ ଭରୁଥାଏ ଅଣ୍ଟି 

ପିତାମାତାଙ୍କୁ ପଠାଇ ମୁହିଁ ବୃଦ୍ଧାଶ୍ରମ  

ହିସାବ ରଖେନି କେବେ ମୋର ପାପକର୍ମ ।। 


ପରଘର ଉଜାଡ଼େ ମୁଁ ନିଜ ସ୍ବାର୍ଥ ପାଇଁ

ଅମଙ୍ଗଳ ଚାହୁଁଥାଏ ଈର୍ଷାନ୍ବିତ ହୋଇ

ଦୟା କ୍ଷମା ସ୍ନେହ ପ୍ରୀତି ପାଶେ ନାହିଁ ମୋର

ଛିଡ଼ାଇ ଦେଇଛି ସବୁ ସମ୍ପର୍କର ଡ଼ୋର  ।। 


ଆସକ୍ତ ହୁଅଇ ମନ ମଦ୍ୟ ମାଂସ ପ୍ରତି 

ବେଶ୍ୟାଳୟେ କଟେ ଦିନ କ୍ଲବରେ ରାତି 

ଧନ ପ୍ରାଚୁର୍ଯ୍ୟର ଗର୍ବ ଖାଉଥାଏ ମୋତେ

ଆମନ୍ତ୍ରଣ କରୁଥାଏ ମରଣକୁ ସତେ ।। 


Rate this content
Log in

Similar oriya poem from Inspirational