STORYMIRROR

Sambit Srikumar

Classics Inspirational Others

3  

Sambit Srikumar

Classics Inspirational Others

କଳିଙ୍ଗ ସାଗର

କଳିଙ୍ଗ ସାଗର

1 min
216


ହେ ତୀର୍ଥରାଜ ମହୋଦଧି!

କେମିତି ଅଛ ଗୋ ତୁମ୍ଭେ

ନୂଆ ନାମ ବହି ସାଗରରୁ

ଯେ' ପାଲଟିଛ ଉପସାଗର

କେହି ବି ତୋଳିନି ସ୍ବର ଆପଣାର

ତୁମ୍ଭର ପଦ ଅବନତିରେ

ସେ ପାଇଁ କି ତୁମ୍ଭ ଅବିଚାର

କରୁଥାଅ ସୃଷ୍ଟି ଘୂର୍ଣିବାତ୍ୟା ବାରମ୍ବାର

ରଚୁଥାଅ ଲୀଳାଖେଳା ବିଧ୍ବଂସର??

କୁଚକ୍ରୀ ପ୍ରତିବେଶୀର କୂଟ କପଟରେ

ବିଦେଶୀ ଶାସକର ଅବିମୃଶ୍ଯକାରିତାରେ

ନାମ ତୁମର ଅପହୃତ ଭୂଗୋଳର

ପୋଥି ପତ୍ରରୁ ଅତି ସନ୍ତର୍ପଣରେ

ସୁଚିନ୍ତିତ ଭାବେ ନିରୁଦ୍ଦିଷ୍ଟ ତୁମ୍ଭର ସ୍ମୃତି

ଜନ ଶ୍ରୁତିରୁ ବିଲୁପ୍ତ ତୁମ୍ଭ ସ୍ବାଧିକାର

ସେଥିପାଇଁ କି ରୋଷ ବହି ସାଧୁଛ

ଦାଉ ଏ ଭୂଖଣ୍ଡେ ବାର ବାର?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics