STORYMIRROR

Sangeeta Barik

Fantasy Inspirational

4  

Sangeeta Barik

Fantasy Inspirational

କଳିକା

କଳିକା

1 min
326

ସମାଜ କାନନେ କଳିକା ସେମାନେ

  ଭବିଷ୍ୟତେ ହେବେ ସୁମନ,

ଆସ ହୋଇ ମାଳି ଆଦରିବା ତାଙ୍କୁ

  ଭରିଦେବା ସ୍ନେହ ଯତନ ।


ଆମରି ପରଶେ କୋମଳ ଶରୀର

  ହେବ ଦିନେ ବଜ୍ର ଶକତ,

ମନକଥା ପଢି ଶିକ୍ଷା ଦୀକ୍ଷା ଦେଲେ

  ଚିନ୍ତାଧାରା ହେବ ଉନ୍ନତ ।


ତାଙ୍କ କୋମଳତା ସୁଲଳିତ ହସେ

  ଈଶ୍ବରଙ୍କ ପ୍ରେମ ଫୁଟଇ,

କୁମ୍ଭକାର ଆମେ କଞ୍ଚାମାଟି ସିଏ

  ରଙ୍ଗ ରୂପେ ଦେବା ସଜେଇ ।


ଅମୂଲ୍ୟ ରତନ ଶିଶୁ କଳିକାଙ୍କୁ

  ସାଦରେ ସଜାଡି ଗଢିବା,

ଭବିଷ୍ୟତେ ଏକ ସୁନ୍ଦର ସମାଜ

  ପ୍ରଗତିର ପଥେ ପାଇବା ।

  


Rate this content
Log in

Similar oriya poem from Fantasy