STORYMIRROR

Kabiratna Nutan Kumar Behera

Tragedy Classics Inspirational

4  

Kabiratna Nutan Kumar Behera

Tragedy Classics Inspirational

କ୍ଳାନ୍ତ ବେଳାଭୂମି

କ୍ଳାନ୍ତ ବେଳାଭୂମି

1 min
263

ମାଆ କୋଳକୁ ଦୌଡି ଆସୁଥିବା 

ପିଲା ପରି ଢେଉ ସବୁ 

ଆସି ଲୋଟୁଥିଲେ ତା ଚରଣେ 

ଗହଳ ଚହଳ ଥିଲା ତାର ସେ 

ସେ ସ୍ନେହ ଭରା କୋଳ, 

ଅଝଟ ପିଲାର ଅଳି ଅର୍ଦ୍ଦଳି ଶୁଣିଲା ଭଳି 

ସବୁ ସହି ଯାଉଥିଲା ହସି ହସି

କେବେ ବି ଆପତ୍ତି କରି ନାହିଁ କିଛି 

ଅତିଥି ମାନେ ଆସୁଥିଲେ ଯାଉଥିଲେ 

ସ୍ଵାଗତ କରୁଥିଲା ସମସ୍ତଙ୍କୁ। 


ସମୁଦ୍ରର ଗର୍ଜନ ତର୍ଜନରେ ସେ 

ଡରି ଯାଇ ନାହିଁ କେବେ 

ଲୁଣି ପାଣି ପିଇ ପିଇ ଆନନ୍ଦର ଖୋରାକ 

ଯୋଗାଇ ଦେଇଛି ପ୍ରକୃତି ପ୍ରେମୀଙ୍କୁ, 

ଜୀବନର ରହସ୍ୟ ବୁଝାଇଛି 

ଯନ୍ତ୍ରଣାରେ ଦିନ ସବୁ କାଟି 

ଦୁଃଖ ସୁଖକୁ ଆନନ୍ଦରେ ସାଉଁଟି ନେଇ 

ଛାତିକୁ ପଥର କରି ନେଇଛି 

ଏ ପାଣି କାଦୁଅ ବାଲି ଭିଜା ବେଳାଭୂମି।  


ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ଯାଏଁ 

କୋଳାହଳମୟ ଜନ ଗହଳି

ନଇଁ ଆସିଲେ ସନ୍ଧ୍ୟା ଅନ୍ଧାର ଆସେ ମାଡି 

ସେ ପଡି ରହିଥାଏ ନୀରବେ ଏକାକୀ, 

କ୍ଳାନ୍ତ ଅବଶ ବିବଶରେ ମନେ କରେ 

ତମାମ୍ ଦିବସର ସେ ସ୍ମୃତି 

ଅସହାୟ ଲାଗେ ତାକୁ ସେ ଦୁର୍ବଳ ମୁହୂର୍ତ୍ତ 

ନିର୍ଜନତା କି ଦୁର୍ବିସହ ଯନ୍ତ୍ରଣାଦାୟକ

ଦିଏ ଖାଲି ହୃଦୟେ ଆଘାତ ।


ଜୀବନର ସାୟାହ୍ନ ଏ କ୍ଳାନ୍ତ ବେଳାଭୂମି ପରି 

ସଂପର୍କ ଯେତେ ଯାଏ ଦୂରେଇ ଦୂରେଇ 

ଆପଣାର ଦୁନିଆଁଟା ଲାଗେ ଖାଁ ଖାଁ 

ଚିହ୍ନା ମୁହଁ ସବୁ ଅଜଣା ହୁଅନ୍ତି, 

ରୁଗ୍ଣ ଜରାଜୀର୍ଣ୍ଣ ଦୁର୍ବଳ ଅବୟବର ଶରୀର 

ହୋଇ ପଡେ ଅଚଳ ନିଶ୍ଚଳ 

କ୍ଷୀଣ କଣ୍ଠ ସ୍ଵରର ଭାଷା ହୋଇଯାଏ 

ଅବୁଝା ଅସ୍ପଷ୍ଟ ମଳିନ ଦିଶେ ଓଠ।


ଯେଉଁ କୋଳେ ପୁରି ଉଠିଥିଲା ଶୋଭାଶିରୀ 

ସେ ନିଷ୍ଠୁର ବାସ୍ତବତାରେ ପରାଜିତ, 

ଆଶାର ବଗିଚା ତାର ଶ୍ରୀହୀନ ଦଗ୍ଧ ଫୁଲବନ 

କ୍ଳାନ୍ତ ବେଳାଭୂମି ପରି ସ୍ଥିର ନିରୁତ୍ତୋର 

ନିରବୀ ଯାଏ ତା' ସାମର୍ଥ୍ୟତାର ବଳ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy