STORYMIRROR

Anirudha Kund

Classics

3  

Anirudha Kund

Classics

କଳାବାମନକୁ ଲୋ ଚାହିଁକି

କଳାବାମନକୁ ଲୋ ଚାହିଁକି

1 min
210


ଏମିତି ଠାକୁର ରସିକ ନାଗର 

 କେଉଁଠାରେ କେହି ଦେଖିଛକି 

ଟାହିଆ ହଲାଇ ଶ୍ରୀଅଙ୍ଗ ଝୁଲାଇ

  ବିଜେ କରୁଛି ଦେଖ ଠାଣିକି


ଭିଡା ଘୋଷରାରେ ଭକତ ଟଣାରେ

  ଯାଏ ନାହିଁ ଜଗା ଜମା ଥକି

ଆସୁ ଆସୁ ଦଣ୍ତେ ରହି ଯାଏ ଦାଣ୍ତେ

   ହସୁଥାଏ ମୁରୁକି ମୁରୁକି

 ବାଙ୍କ ଚାହାଣିରେ ଛଳିଆ ଠାଣିରେ

  ନିଏ ସେହି ଜଗତ ମୋହିକି॥୧॥


ତୁଳସୀ ଦୟଣା କର୍ପୁର ଚନ୍ଦନେ 

 ବଡଦାଣ୍ତ ଯାଏ ଲୋ ମହକି

ପଡୁଛି ଉଛୁଳି ଘଣ୍ଟ ହୁଳହୁଳି

 ଶ୍ରୀକ୍ଷେତ୍ର ଗୋପଦାଣ୍ତ ତା ପାଇଁକି

ମୁକ୍ତିଚାହଁ ଯେବେ ରଥେଦେଖ ତେବେ

  କଳାବାମନକୁ ଲୋ ଚାହିଁକି ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics