STORYMIRROR

Anirudha Kund

Classics

3  

Anirudha Kund

Classics

କଳା ସାଆନ୍ତ

କଳା ସାଆନ୍ତ

1 min
48

କହରେ କାଳିଆ ତୁଳସୀ ମାଳିଆ

   ଏଇ ତୋହର କି ନାଟ

ଘରେ ତାଲାବଦ୍ଧ ପୁଣି ସଂଙ୍ଗରୋଧ

   ମନ ଭରି ଛଟପଟ॥

ସ୍ନାହାନ ପୁନେଇଁ ଯାଇ ପାରି ନାହିଁ

   ଶୁନଶାନ୍ ରାସ୍ତାଘାଟ

ଇଛା ରଖି ମଧ୍ୟ ହୋଇଛି ଆବଦ୍ଧ

   ବାଜିଛି ବିଧାତା ଛାଟ ॥

ଦୂରୁ ରହି ମୁହିଁ ଦୁର ଦରଶନେ

   ଦେଖିଲି ତୋହରି ଯାତ

ଭକତର ବିନା ଉଡୁଥିଲା ବାନା

   ଘୁଁ ଘୁଁ ଗଡୁଥିଲା ରଥ ॥

ଅପରାଧ ଯଦି  କରିଥିଲି ମୁହିଁ    

    ଜୋଡି ବେତେ ମାରିଥାନ୍ତ

ବଡ଼ଦାଣ୍ଡ ମନା   କରିଲ କାହିଁକି

   ମୋପାଇଁ କଳା ସାଆନ୍ତ ॥




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics