STORYMIRROR

Kishore Nayak

Classics

2  

Kishore Nayak

Classics

କଳା ନାଉରୀ

କଳା ନାଉରୀ

1 min
34

ରେ କଳା ନାଉରୀ 

ମୋତେ କରିଦେ ପାରି 

ଏଇ ସଂସାର ଦରି 

ମୁଁ ଯିବି ସେପାରି 

ବେଳ ଧିରେ ଧିରେ ଯାଉଛି ସରି 

ମୁଁ ଫେରିଛି ଜଗାରେ 

ସଂସାର ହାଟରୁ ସଉଦା ସାରି ll

ଜୀବନ ସଉଦା ଧରିଛି ହାତେ 

ଚାହିଁଛି ଜଗାରେ ଆତୁରେ ତୋତେ ll

ଯିବାକୁ ହେବ ମୋତେ ଅଫେରା ବାଟ 

କେତେବେଳେ ଜଗା ତୁ ଛାଡ଼ିବୁ ଘାଟ ll

ତୋହରି ହାତେ ମୋ ଜୀବନ କାତ 

ଉଛୁର ହେଲାଣି ବେଳ ବହୁତ ll

ଘାଟ ତୁ ଛାଡିଲେ ମୋ ଛୁଟିବ ଘଟ 

ଜଗାରେ,ଏଇଠି ଆରମ୍ଭ ପୁଣି, 

ଏଇଠି ଶେଷ ମୋ ସଂସାର ହାଟ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics