STORYMIRROR

Sadananda Sahoo

Abstract

3  

Sadananda Sahoo

Abstract

କଳା କହ୍ନେଇ

କଳା କହ୍ନେଇ

1 min
289

ମୟୂର ଚନ୍ଦ୍ରିକା ଜନ୍ମ ସ୍ମରଣିକା

   କଳାରେ ନୈପୁଣ୍ୟ ସୁତ

 ହେପ୍ରଭୁ ନନ୍ଦର ନନ୍ଦନ କୃଷ୍ଣ  

  ଦେବକୀର ଆଶା ପୁତ୍ର


ଦୁଇଟି ଜନନୀ ସୌଭାଗ୍ୟ ନନ୍ଦିନୀ

 ଯୋଶୋଦା ଦେବକୀ ମାତା

 ଜନମ ପାଳନ କଲେ ଭିନ୍ନ ଭିନ୍ନ

   ଆହାକି ଏ ଧର୍ମ ବାର୍ତ୍ତା


ଦେବକୀ ମାଆର କାରାଗାର ଗୃହ

   ପରାକ୍ରମୀ ଭ୍ରାତା କଂସ

ନିଷ୍ଠୁର ଭ୍ରାତାର ଏକି ଅବିଚାର

  ଭଗ୍ନୀ ଗର୍ଭ ହେଉ ନାଶ


 ଶୂନ୍ୟ ବାଣୀ ସତ୍ୟ ଭାଳି ହୁଏ କଂସ

   ନାସଯିବ ଶିଶୁ ହସ୍ତେ

ସେ ଶିଶୁ ଭଣଜା ଭଗିନି ଗର୍ଭଜା

   ଅଷ୍ଟମ ଆସିବ ମର୍ତ୍ତ୍ଯେ


ପିତା ବସୁ ଦେବ ଭୋଗେ ସମ ଦୁଃଖ

ପତ୍ନୀ ସଙ୍ଗେ କାରାଗାରେ

ଜନମ ଲଭିଲେ କଳାକାହ୍ନୁ ବାରେ

  ନେଇ ଯିବ ଗୋପନରେ


ଜନମ ବୃତାନ୍ତ ଚିର ସ୍ମୃତି ମୟ

   କୃପାମୟ ପ୍ରଭୁ ଇଚ୍ଛା

ବାସୁକି ନାଗର ସୁରକ୍ଷା କବଚ

  ବାସୁର ମସ୍ତକେ ଛତା


ଝଡ଼ି ବରଷା ରେ ନିଶାର୍ଦ୍ଧ ରାତ୍ରୀରେ

 ଜନମିଲ ପ୍ରଭୁ ତୁମେ

ମାଆ ଦେବକୀ ର ତୁମେ ଚିର ହସ

  ପିତା ବସୁଦେବ କର୍ମେ


ନନ୍ଦ ରାଜା ଘରେ ମୂର୍ଚ୍ଛିସେ ଆସିଲେ

 ବିଜୁଳି କନ୍ୟାକୁ ନେଇ

ସେ ବିଜୁଳି କନ୍ଯା ଆକାଶରେ ଧନ୍ୟା

 କଂସର ଚେତନା ଦ୍ଯେହୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract