କଳା କାଇଁଚ ମାଳିଆ
କଳା କାଇଁଚ ମାଳିଆ
କଳା କାଇଁଚ ମାଳିଆ
ନୀଳମଣୀରେ, କଳାକାଇଞ୍ଚ........
କଳାମେଘେ ବିଜୁଳି କି
ଝଟକୁଛିରେ, କଳା କାଇଁଚ..........
ମାନବୀୟ ଲୀଳା କରି
ମର୍ତ୍ତ୍ୟେ ପକାଉଛୁ ହୁରି
ଚାରିଦିନେ ବିବାହର
ମଣ୍ଡପେ ସ୍ନାନ ତୁ କରି
ଶହେ ଆଠ ଗରା ପାଣି
ହେଉ ଢାଳିରେ, କଳାକାଇଞ୍ଚ ମାଳିଆ.....................
କଳାମେଘେ...............
କମ୍ପ ଜ୍ୱରେ ଥରହର
ପଣ୍ଡା ଏ ଦେଖି କାତର
ପଥି ପାଞ୍ଚଣ ସାଥୀକୁ
ଔଷଧ ଚେରମୁଳର
ତୋ ଜ୍ଵରରେ ତାତି ଉଠେ
ଏ ପୃଥିବୀରେ, କଳାକାଇଞ୍ଚ ମାଳିଆ..................
କଳାମେଘେ................
ଶୀଘ୍ର ଜ୍ଵର ଭଲ କର
ଯିବୁ ତୁ ମାଉସୀ ଘର
ଜନ୍ମ କ୍ଷେତ୍ରେ ବୁଲି ଯିବୁ
ଜମାଡେରୀ ତୁ ନକର
ଭାଇ ଭଉଣୀଙ୍କୁ ଧରି
ଆସ ଲୀଳାରେ, କଳାକାଇଞ୍ଚ.....
କଳାମେଘେ...................
ଭକତେ ଅନାଇଁ ଛନ୍ତି
ତ୍ରାହି ତ୍ରାହି ଡାକୁଛନ୍ତି
ଦେହ ହାତ ମଜରା ରେ
ଫୁଲୁରୀ ତେଲ ଘସନ୍ତି
କେତେ କଷ୍ଟ ପାଉଛୁତୁ
ପଡି ଜ୍ଵରରେ, କଳାକାଇଞ୍ଚ.........
କଳାମେଘେ ବିଜୁଳି କି...........।।
