କଳା ଭମର
କଳା ଭମର
ରେ କଳା ଭମର ଶ୍ୟାମକୁ ମୋର ଯାଇ କହିବୁ
ଭାରି ଛଳିଆ ସେ କଳା ନାଗର
ରାଧାକୁ ଭୁଲିଗଲ କାହିଁ କହିବୁ
ରେ କଳା ଭମର...
କେତେ ଯୁବତୀ ସାଥେ ପୀରତି କଲା
ମୋ ମନ ସେ ତ ଚୋରାଇ ଥିଲା
ରାତି ଅଧରେ ନେଲା ବଂଶୀ ବଜାଇ
ଲାଜ ମହତ ନେଲା ସବୁ ଛଡାଇ
ରେ କଳା ଭମର ଶ୍ୟାମକୁ ମୋର ଯାଇ କହିବୁ
ରାଧା ଗୋପାଳୁଣୀ ହେଲା ବିରହୀଣୀ
ଶୁଣାଇ ଥରେ ଆସିବୁ
ରେ କଳା ଭମର....
ଭାରି ଛଳିଆ ସେ ଯୁବତୀ ରସିଆ
ମୋହନ ବଂଶୀ ଧାରି ବନମାଳିଆ
ତାର ଚୋରା ଚାହାଁଣି କରିଛି ଗୁଣି
ପ୍ରେମରେ ତାର ବାଇ ହେଲୁଣି
ରେ କଳା ଭମର କାହ୍ନୁକୁ ତୁ ଯାଇ କହିବୁ
ଆମ ମନ ପ୍ରାଣ ଛଡାଇ ନେଲା,
କାହିଁ ତାକୁ ପଚାରିବୁ ।
