STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

କଳା ଭମର

କଳା ଭମର

1 min
158


ରେ କଳା ଭମର ଶ୍ୟାମକୁ ମୋର ଯାଇ କହିବୁ

ଭାରି ଛଳିଆ ସେ କଳା ନାଗର

ରାଧାକୁ ଭୁଲିଗଲ କାହିଁ କହିବୁ

ରେ କଳା ଭମର...


କେତେ ଯୁବତୀ ସାଥେ ପୀରତି କଲା

ମୋ ମନ ସେ ତ ଚୋରାଇ ଥିଲା

ରାତି ଅଧରେ ନେଲା ବଂଶୀ ବଜାଇ

ଲାଜ ମହତ ନେଲା ସବୁ ଛଡାଇ


ରେ କଳା ଭମର ଶ୍ୟାମକୁ ମୋର ଯାଇ କହିବୁ 

ରାଧା ଗୋପାଳୁଣୀ ହେଲା ବିରହୀଣୀ

ଶୁଣାଇ ଥରେ ଆସିବୁ

ରେ କଳା ଭମର....


ଭାରି ଛଳିଆ ସେ ଯୁବତୀ ରସିଆ

ମୋହନ ବଂଶୀ ଧାରି ବନମାଳିଆ

ତାର ଚୋରା ଚାହାଁଣି କରିଛି ଗୁଣି

ପ୍ରେମରେ ତାର ବାଇ ହେଲୁଣି

ରେ କଳା ଭମର କାହ୍ନୁକୁ ତୁ ଯାଇ କହିବୁ

ଆମ ମନ ପ୍ରାଣ ଛଡାଇ ନେଲା,          

କାହିଁ ତାକୁ ପଚାରିବୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics