Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Others

3  

Satyanarayan Sahoo

Romance Others

କଲେଜ ଦିନର ସ୍ମୃତି

କଲେଜ ଦିନର ସ୍ମୃତି

1 min
128



କଲେଜ ଦିନର ସ୍ମୃତି  

ମାଧୁର୍ଯ୍ଯ ଲହରୀ

ଉନ୍ମନା କରଇ ପ୍ରାଣ 

ସୁଚାରୁ କାଉଁରୀ ॥

ଛୁଟାଇ ଗୋଟାଇ ଆଣେ

ସ୍ମୃତି ସେ ଦିନର 

ହରଷ ଆବେଗେ ସିକ୍ତ

କରଇ ଅନ୍ତର ॥

ପରସ୍ପର ସ୍ନେହ ପ୍ରେମ

ଖେଳ ହସ ଖୁସି

ହଜି ଯାଇ ସବୁ କିନ୍ତୁ

ଦିନର ସେ ସ୍ମୃତି ॥

ଜାଗ୍ରତ ପ୍ରଦୀପ୍ତ ଚିର

ମନ ଆସ୍ତ ରଣେ

ଜାଗରିତ ପ୍ରତି କ୍ଷଣେ

ଶୟନେ ସ୍ବପନେ ॥

କି ! ଉପମା ଅବା କେଉଁ

ଭାବ ବିଭବରେ

ଆଙ୍କିବି ସୁ ଚିତ୍ର ଭାର

ମୁଁ ସାହିତ୍ଯାକାରେ ???

ନଦିଶେ କିଛି ହିଁ କାହି

ଲୁପ୍ତ କଳପନା

ସମୟର ଲୀଳା ବଳୀ

ଭାସି ବୁଲେ ସିନା ॥

କ୍ଷଣେ କ୍ଷଣେ କେତେ ନବ

ଭାବ ଆହରଣ

କରି ମାନସ ପଟଳେ

ଭ୍ରମେ ଅବିରାମ ॥



Rate this content
Log in

Similar oriya poem from Romance