କଲେ ଦୋଷ,ନ କଲେ ଦୋଷ
କଲେ ଦୋଷ,ନ କଲେ ଦୋଷ
ମୁଣ୍ଡ ଟେକି ବାଟ ଚାଲିଲେ,
କହୁଛ,ଗର୍ବିଟା।
ମୁଣ୍ଡ ତଳକୁ କରି ଚାଲିଲେ,
କହୁଛ,ପୋତା ମୁହାଁ,
ଭାରି ବଦ୍ ମାସ୍।
କେଉଁଟା କରିବି ?
ମଧୁର ସ୍ବରରେ କଥା ହେଲେ,
କହୁଛ,ୟାର କିଛି ସ୍ବାର୍ଥ ଅଛି।
ନହେଲେ,ତେଲ ମରା କଥା,
କାହିଁକି କୁହନ୍ତା।
କର୍କଶ ସ୍ବରରେ କହିଲେ,
କହୁଛ,ହେଃ-କଳିହୁଡାଟା।
ତୋ ଭଳି ବାଜ୍ୟେ ଲୋକ ଦୁନିଆରେ ନ ଥିବେ।
କେଉଁଟା କରିବି ?
ଚିନି ଭଳି ହେଲେ,
ମୋତେ ଚାଟିକି ସଫା କରି ଦଉଛ।
ଲଙ୍କା ଭଳି ହେଲେ,ମୋ ପାଖ ମାଡୁ ନ।
କେଉଁଟା କରିବି ?
ବାପ, ଗଧ ପିଠିରେ ବସିଲେ,
କହୁଛ,ବାପ ଟା ସ୍ବାର୍ଥପର ।
ପୁଣି,
ତୁମ କଥାକୁ ସମ୍ମାନ ଦେଇ,
ପୁଅ ଗଧ ପିଠିରେ ବସେଇଲେ,
ତମ ସ୍ବର ଟା ହଠାତ୍ ଓଲଟାଇ,
କହୁଛ,ପୁଅଟା ସ୍ବାର୍ଥପର।
କେଉଁଟା କରିବି।
ତମ ଅସୂୟା,ଇର୍ଷା,ପରଶ୍ରୀକାତରତା ର
ଦୋଛକି ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି,
ସାରା ଜୀବନ ଆଖିରୁ ଲୁହ ଗଡେଇବି,
ନା,
ମୋ ବିବେକ ଅନୁମୋଦିତ,
ସ୍ବଚ୍ଛ ପବିତ୍ର,
ବିଚାର ଧାରାକୁ ସମ୍ମାନ ଦେଇ,
ମୁଣ୍ଡ ଟେକି ,
ନିଜ ରାସ୍ତା ନିଜେ ବାଛିବି।