କ୍ଲାନ୍ତ ପଥିକ
କ୍ଲାନ୍ତ ପଥିକ
ତୋ ଦେହ କାନନେ ଭ୍ରମି ଭମ୍ରି ମୁହିଁ
ଖୋଜୁଅଛି ନିରନ୍ତର
କେଉଁଠି ରହିଛି ତୋ ଗୁପ୍ତ କବାଟ
ହୃଦୟ ମନ୍ଦିର ଦ୍ୱାର l
ଫେଡି ସେ ପରଦା ଭିତରେ ପଶିବି
ଫେରନ୍ତା ବାଟ ଭୁଲି
ତୋ ହୃଦ କମଳ କେଶରେ ଚୁମ୍ୱିବି
ଶାଶ୍ୱତ ରେଣୁ ବାଲି l
ଘୁରି ଘୁରି ମୁହିଁ କ୍ଲାନ୍ତ ପଥିକ
ଖୋଜୁଛି ତୋ ହୃଦ ଜାହ୍ନବୀ ଝର
ତୋ ଦେହ କାନନେ ଭ୍ରମି ଭମ୍ରି ମୁହିଁ
ଖୋଜୁଅଛି ନିରନ୍ତର l
ତୋ ଦେହ ଉପବନେ ଫୁଲର ଉତ୍ସବ
କୋଇଲି ଗାଉଛି ଗୀତ
କହିକି ପାରୁବୁ କାହିଁକି ମୂର୍ଚ୍ଛି ଏ ବିଭବ
ମୂର୍ଚ୍ଛି ତନୁ ପାରିଜାତ l
ଘୂରି ଘୂରି ମୁହିଁ ନିରତେ ଖୋଜୁଛି
ତୋର ଅନ୍ତର ତଳର ସ୍ୱର
ତୋ ଦେହ କାନନେ ଭ୍ରମି ଭମ୍ରି ମୁହିଁ
ଖୋଜୁଅଛି ନିରନ୍ତର l
******

