STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ଠ)

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ଠ)

1 min
460



ରାଗ-ତୋଡି ବା ଦେଶାକ୍ଷ


ଠିକ ଠ ବର୍ତ୍ତୁଳ ଚନ୍ଦ୍ରାନନା ତୋ ଚିତ୍ତରେ (ପଦ)

ଠକ ରୀତି ନ ଆଚରି              ମୋ କଦନକୁ ବିଚାରି

ଅକପଟ ତ୍ରାଣବିଧି ଉଚିତ ରେ (1)


ଠଣା ଠୁଙ୍କି ତାପ ତ୍ରାସ           ମୁଣ୍ଡେ ମନମଥ ପାଶ

ବନ୍ଧନ କର ତୁ ପରା ମୋଚିତ ରେ(2)

 

ଠଉରାଇ ଅବସର,            କଲେ ତୁ ପ୍ରସଙ୍ଗ ମୋର

ଯିବ ରାଜୀବନେତ୍ରାକୁ ରୁଚିତ ରେ(3)


ଠୋ କରି ଛିଣ୍ଡାଇ ଦେ ନା           ପ୍ରିୟସଖି ମୋ ବେଦନା

ନ ଲାଗଇ ନିକି ତତେ କିଞ୍ଚିତରେ(4)


ଠାରିଦେଲେ ନେତ୍ରାଞ୍ଚଳେ             ବିଜନ ସ୍ଥଳେ ସେ ବଳେ

ବିରାଜିବ କ୍ଷଣରୁଚି ଉଚିତ ରେ (5)


ଠାକୁର ଠାକୁରାଣୀଙ୍କ            ପଦାମ୍ବୁଜଧ୍ୟାନରଙ୍କ,

ନୃପ ଜଗଦେବ କରେ ଉଚିତ ରେ(6)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics