STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ( ଷ)

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ( ଷ)

1 min
418

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ-ଷ

କବିସୂର୍ଯ୍ୟ ବଳଦେବ ରଥ

                                     

ରାଗ –ଶଙ୍କରାଭରଣ ବା ମୋହନ


ଷଟପଦନୀଳକେଶା ଆଗୋ ଚାହଁ ଚାହଁ,

ସର୍ବଂସହାରେ ଖେଳୁଛି ନବବାରିବାହ,

ସମୀପରେ ତାର ରହି,

ସରଜୁଛନ୍ତି ନର୍ତ୍ତନ ଅନେକ ବରହି(1)

ସଜ ହୋଇ ସ୍ମରସରଦାର ଅବା ଆସେ,

ସ୍ୱକୀୟ ଫଉଜ ଘେରିଅଛି ଚଉପାଶେ,

ସାରି ଦେବ ପରା ଆଜ,

ସରୋଜସୁନ୍ଦର ନେତ୍ରା ଜନ ମନ ଲାଜ(2)

ସୁରେଶ୍ୱରରତନ କି ହେବାରୁ ଜଙ୍ଗମ,

ସବୁ ମଣିମାନଙ୍କୁ ମିଳିଲା ସେହି କ୍ରମ

ସ୍ୱର୍ଣ୍ଣବର୍ଣ୍ଣାଏ ଏଣିକି,

ସମ୍ପାଦିବେ ମୂର୍ତ୍ତିମନ୍ତ ରତନ ଶ୍ରେଣୀକି(3)

ସଞ୍ଚରଣଶୀଳ ନବ ତମାଳ ଭୁରୁହ,

ସଙ୍ଗେ ଘେନି ଆସୁଅଛି ସଖା ଶାଖିବ୍ୱହ,

ଶୁକ ଶାରୀ ପରଭୃତ,

ଶାଖା ମାନଙ୍କରେ କରୁଅଛନ୍ତି ସଙ୍ଗୀତ(4)

ସୁରଧୂନୀ ତୀରେ କରିଥିବା ଯେବେ ତପ,

ସଙ୍ଖାଳି କରି ଏତାପିଞ୍ଛର ଅନାତପ

ସୁଖେ ବଞ୍ଚିବା ବସନ୍ତେ,

ସାମନ୍ତ ସୁଧାଂଶୁ ଜଗଦେବ ବୋଲେ ଗୀତେ(5)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics