STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ(ଝ)

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ(ଝ)

1 min
256

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

କବିସୂର୍ଯ୍ୟ ବଳଦେବ ରଥ

ଝ

ରାଗ-ମୁଖାବରି ବା ତୋଡିପରଜ


ଝଗଡିମାତ୍ର ହେଲ ହେ ଶ୍ୟାମ, ଝିମୁଟ ହେବାକୁ ସହସ୍ର ଯାମ(ପଦ)

ଝାଉଁଳିବା ନବ ତମାଳ ରମା, ଝିଙ୍କି ଆଣି ଅଙ୍ଗେ କଲଣି ଜମା(1)


ଝଡିବ ବଳ କୋମଳ ଛାତିରୁ,ଝଷ ଧ୍ୱଜପୀଡା ଝାଞ୍ଜି ତାତିରୁ(2)

ଝୁମି ଝୁମି ଲୁଠି ପୃଷ୍ଠେ ରସାର, ଝୁରିବାର ଏକା ହୋଇବ ସାର(3)

ଝଳି ପାଞ୍ଚାଳ ଝଟକେ ନାହିଁ କି ଝୋଲା ମାଇଲା ତୁମ୍ଭକୁ କାହିଁକି (4)

ଝଲକି ଗଲ କୃଷ୍ଣ ଅକାରଣେ, ଝାଡଖଣ୍ଡ ରସା ବାଦସା ଭଣେ(5)






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics