STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ(ଧ)

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ(ଧ)

1 min
229


ରାଗ-କନଡାକାଫି ବା ତୋଡିଜଙ୍ଗଲା

       

ଧୀରା ରେ କି ଧନ ତୁ ନ ଦେଲୁ ଆଜ

ଧଇଲେ କି ସତେ କର ଯୁବରାଜ(ପଦ)


ଧରମ ବଳୁ କି ମୋର,        ଧୁପି ଦେଇ ନିଜ କର,

କୋଳକୁ ଆଣିଲୁ କଳା ଦ୍ୱିଜରାଜ(1)

ଧୁରନ୍ଧର ସେ ଇଙ୍ଗିତେ,         ଧରଷିଲୁ କେହି ସତେ,

ଧମକାଇଲା ନାହିଁ କି କିଛି ଲାଜ (2)

ଧରାରେ ଯେତେ ପୁରୂଷେ,        ଧୁର୍ତ୍ତ ତାହାଙ୍କ ଗୁରୁ ସେ

ଧନରୁ ଯେ ବଳେ ତାହାଙ୍କର ବ୍ୟାଜ(3)

ଧୃତି ହୋଇ ବଳ ହୀନ,       ଧୁଷର ହୋଇବା ମନ,

ଧୋଇ ଚିନ୍ତା କଳଙ୍କ ସମାଜ ମାଜ(4)

ଧରଣୀନ୍ଦ୍ର ଜଗଦେବ          ଧ୍ୟାନେ ବଲ୍ଲବୀବଲ୍ଲବ

ଧରାଧୂଳି କରେ ମସ୍ତକରେ ତାଜ(5)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics