STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ବ)

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ବ)

1 min
292

ବ

ରାଗ - ସାବେରୀ


ବିଚକ୍ଷଣା ରେ, ବିନା ତୋ ପ୍ରୀତି କେ ଗତି ଅଛି ଜଗତୀରେ(ପଦ)


ବୋଲି ଦେଲି ସିନା ଗେଲେ ହସି,         ବିଶ୍ୱେ ତୋ ସମ କାହିଁ ବିଶ୍ୱସୀ,

ବାନ୍ଧିବାକୁ ମୋ ମନ ତୁ ପାଣି,

ବିଶେଷରେ ମୋ ହୃଦୟର ତତେ ଜଣାରେ (1)


ବିଶ୍ୱମ୍ଭରାରଜ କାଳୁ          ବହିଃ –ପ୍ରାଣ ପରି ପାଳୁ

ବିଧିବଶୁ ନିସର୍ଗ କୃପାଳୁ,

ବ୍ରଜେ ହେଉଛି ଏହି ଡିଣ୍ଡିମ ବାଜଣାରେ (2)


ବିଶ୍ୱମ୍ଭରାଜଖେଳ କାଳୁ           ବହିଃ-ପ୍ରାଣ ପରିପାଳୁ

ବିଧିବଶୁ ନିସର୍ଗକୃପାଳୁ,

ବ୍ରଜେ ହେଉଛି ଏହି ଡିଣ୍ଡିମ ବାଜଣାରେ (2)


ବିକେ କିଣେ ଯେ ଯାହାକୁ ସ୍ନେହେ,         ବଡ ତା ଠାରୁ ଜୀବନ ନୋହେ,

ବଳ ତା ଠାରେ ସିନା ସହେ,

ବହିରଙ୍ଗେ ବୁଲୁଛନ୍ତି ଦେଖ ଅଗଣା ରେ (3)


ବୋଲେ ଅଷ୍ଟଦୁର୍ଗର ମଘବା,        ବଲ୍ଲୀ ନିକଟକୁ ଚାଲ ଯିବା,

ବଂଶୀଗୀତ ପିୟୁଷ ପିଇବା,

ବିଭାବରୀ ନ ବାହୁ ଆସିବା ଅଜଣାରେ (4)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics