STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

କିପରି ନୀଳା ହେ ପ୍ରଭୁ

କିପରି ନୀଳା ହେ ପ୍ରଭୁ

1 min
188


ତବ ନୀଳା ପ୍ରଭୁ ଅଗୋଚର ବିଶ୍ବେ

ନ ପାରନ୍ତି ବୁଝି କେହୁ,

କାହାକୁ କରୁଛୁ ସମ୍ପନ୍ନ ଅତି ହେ

ଗରିବ ହୁଅନ୍ତି କେହୁ।


ସମ୍ପନ୍ନ ଘରରୁ ଫୋପଡା ହେଉଛି

ଲକ୍ଷ୍ମୀ ଠାକୁରାଣୀ ଅନ୍ନ,

ଗୋଟେଇ ଖାଆନ୍ତି ଫୋପଡା ଅନ୍ନକୁ

ଅର୍ଣ୍ଣପୂର୍ଣ୍ଣା ଏହି ଅନ୍ନ।


ଅର୍ଣ୍ଣପୂର୍ଣ୍ଣା ରାଣୀ ତବ ପାଟରାଣୀ

ନିର୍ଦ୍ଦେଶ ତୋହରୀ ଅଛି

ସମାନତା ନାହିଁ କିପରି ନୀଳା ହେ

ବିଦିତ ଜଗତେ ଅଛି।


କାହାକୁ କରୁଛୁ ଅତି ଶକ୍ତିଶାଳୀ

କେହି ହୁଏ ବିକଳାଙ୍ଗ,

କେହୁ କରୁଅଛି ଧର୍ମର ସ୍ଥାପନା

କେହୁ କରେ ଧର୍ମ ଭଙ୍ଗ।


ହୁଏ କେହୁ ପ୍ରଭୁ ସତ୍ୟର ପୂଜାରୀ

ନିସ୍ବାର୍ଥ କର୍ମର ବଳେ,

ସ୍ବାର୍ଥପର ହୋଇ ପାପ କରୁଥାଏ

ଆତଙ୍କିତ କରେ ବଳେ।


ତବ ଭକ୍ତି ପ୍ରଭୁ କରୁ ଥାଏ ନିତ୍ୟେ

ମହା ଜ୍ଞାନୀ ହୋଇ ଭବେ

କାମନା ଯାତ୍ରାରେ ଜଡ଼ିତ ହୋଇଣ

ପାପ କରୁ ଥାଏ ଭବେ।


ସମାନତା ଭାବ ଦିଶେ ନାହିଁ ଭବେ

କି ପରି ନୀଳା ତୋହର,

ବୁଝି ହେଉ ନାହିଁ ଅପୂର୍ବ ନୀଳା ହେ

ସବୁତ ଭିଆଣ ତୋର।


ତବ ନୀଳା ପ୍ରଭୁ ଅଗୋଚର ବିଶ୍ବେ

ନ ପାରନ୍ତି ବୁଝି କେହୁ,

କାହାକୁ କରୁଛୁ ସମ୍ପନ୍ନ ଅତି ହେ

ଗରିବ ହୁଅନ୍ତି କେହୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy