STORYMIRROR

Ajit Kumar Raut

Tragedy Inspirational

3  

Ajit Kumar Raut

Tragedy Inspirational

କିପରି ବର୍ଣ୍ଣିବି ବିଚ୍ଛେଦ ଯନ୍ତ୍ରଣା

କିପରି ବର୍ଣ୍ଣିବି ବିଚ୍ଛେଦ ଯନ୍ତ୍ରଣା

1 min
225


ଭାଷା ମିଳୁନାହିଁ ବର୍ଣ୍ଣିବାକୁ ଏହି

ପତ୍ନୀ ଫେରିଲାନି ବାପା ଘରୁ ରହି।

ତାହରି ବିଚ୍ଛେଦେ ମର୍ମାହତ ମୁହିଁ

ବାଟ ଦିଶୁ ନାହିଁ କି କରିବି ମୁହିଁ।୧।


ରାଗି କରି ଗଲା ସେକଥା ଜାଣେନି

କେବେ ତ ଝଗଡା ତା ସଙ୍ଗେ ହୋଇନି।

ରାଗିବା କଥାକୁ କେବେ ମୁଁ ଦେଖିନି

କାହିଁକି ଆସୁନି ବୁଝି ତ ହେଉନି।୨।


ବିଚ୍ଛେଦ ଯନ୍ତ୍ରଣା ଅତି ଭୟଙ୍କର

ତାର ବିନୁ ଗତି ନାହିଁ ଟି ମୋହର।

ଶକ୍ତି ମୋର ସେହି ଜୀବନ ଆଧାର

କାହିଁକି ରହିଛି ବାପଘରେ ତାର।୩।


ସବୁ ଦିନ ମୁହିଁ ବାଟକୁ ଦେଖୁଛୁ

କାହିଁକି ମୋ ପ୍ରିୟା ଭୁଲି ହିଁ ଯାଇଛି।

ଭୁଲ କରି ନାହିଁ ତା ସଙ୍ଗରେ କିଛି

ଦାମ୍ପତ୍ୟ ଜୀବନ ଭୁଲି କି ଯାଇଛି।୪।


ପୁଅକୁ ଧରିଣ ବାପ ଘରେ ଅଛି

ପୁଅ ପ୍ରେମେ ପଡି ସ୍ୱାମୀକୁ ଭୂଲିଛି

ବିଚ୍ଛେଦ ଯନ୍ତ୍ରଣା ମୋତେ ହିଁ ଦେଇଛି

ଏପରି ଯନ୍ତ୍ରଣା ସହି କି ହେଉଛି।୫।


ଭାଷା ମିଳୁନାହିଁ ବର୍ଣ୍ଣିବାକୁ ଏହି

ପତ୍ନୀ ଫେରିଲାନି ବାପ ଘରୁ ରହି।

ତାହାରି ବିଚ୍ଛେଦେ ମର୍ମାହତ ମୁହିଁ

ବାଟ ଦିଶୁ ନାହିଁ କି କରିବି ମୁହିଁ।୬।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy