STORYMIRROR

BULU BEHERA

Children

4  

BULU BEHERA

Children

କିଏ ,ତୁମ ପରି ଛୋଟ ପିଲାଟିଏ

କିଏ ,ତୁମ ପରି ଛୋଟ ପିଲାଟିଏ

1 min
218

ତୁମ ପରି ଛୋଟ ପିଲାଟିଏ

       ସାଙ୍ଗସାଥି ମେଳେ ବୁଲୁଥାଏ,

କୌଣସି ଖେଳ ସିଏ ନ ଖେଳି

      ଗଛର ଛାଇକୁ ଚାହିଁ ରହେ l (1)


ଅଳି ନ' କରେ ଖାଇବା ପାଇଁ

      ଯାହା ଦେଲେ ମା ଦିଅଇ ଖାଇ,

ସକାଳ ସନ୍ଧ୍ୟାରେ ବୁଲିବୁଲି

       ମାପଇ ବସି ଗଛର ଛାଇ l (2)


ପିଲେ ଉଡ଼ାନ୍ତି ଆକାଶେ ଗୁଡ଼ି

       ଇଏ ଗଣଇ ଶାଗୁଣା ଯୋଡି,

ଗଣିବାରେ କି ନିଶା ଲାଗଇ

       ଜାଣିପାରେନି ସନ୍ଧ୍ୟା ଯାଏ ବୁଡି l (3)


ଚାତକ ପରିକା ଚାହିଁ ଥାଏ

        ଆକାଶକୁ ସବୁବେଳେ ସିଏ,

ସନ୍ଧ୍ୟାରେ ତାରାମାନଙ୍କୁ ଗଣି

          କେତେବେଳେ ରାତି ପହିଯାଏ l (4)


ଯେତେବେଳେ ନଅ ବର୍ଷ ହେଲା

          କବିତା ଲେଖା ଆରମ୍ଭ କଲା,

ସଂସ୍କୃତରେ କେତେ ଶ୍ଳୋକ ଲେଖି

           ନିଜ ପାଣ୍ଡିତ୍ୟକୁ ବଢ଼ାଇଲା l (5)


ଯେପରି ତୁଳସୀ ବାସି ଉଠେ

        ପ୍ରତିଭା ଚାରିଆଡେ ପ୍ରକଟେ,

କବି ଓ ଜୋତିଷ ଭାବରେ ସେ

         ସମଗ୍ର ଭାରତରେ ଚହଟେ l (6)


ଖଣ୍ଡପଡ଼ା ଗ୍ରାମେ ସେହି ପିଲା

         ସୁନାମର ବୃଷ୍ଟି କରାଇଲା,

ପିତାମାତାଙ୍କର ସପନକୁ

         ସାକାର ଦିନେ ସେ କରିଦେଲା l (7)


ବଡ଼ ହେଲାପରେ ସେହି ପିଲା

         ସିଦ୍ଧାନ୍ତ ଦର୍ପଣ ରଚିଥିଲା,

ମହାମହୋପାଧ୍ୟାୟ ପାଇ ସେ

         କାଳ କାଳକୁ ଯଶ ରଖିଗଲା l (8)



Rate this content
Log in

Similar oriya poem from Children