STORYMIRROR

JITENDRA CHANDRA SAHOO

Classics

3  

JITENDRA CHANDRA SAHOO

Classics

କିଏ କାହାର

କିଏ କାହାର

1 min
155


ସିନ୍ଦୁର ମୋ ନାମରେ

କପାଳରେ ତୋର

ଗଳାରେ ମଙ୍ଗଳସୂତ୍ର

ଶଙ୍ଖା ହସ୍ତର

ଅହୀ ସୁଲକ୍ଷଣୀ, ବଜ୍ର ଉପହାର

ତୋ ଜୀବନ ଚକ୍ରର ।

ମୁଁ ଚାଲିଗଲି

କେଉଁ ଏକ ଅଜଣା ରାଇଜେ

ଲିଭିଲା ହଜିଲା

ମିଛିମିଛିକା ଉପହାର

ନିର୍ଦୋଷରେ

ଲୁଚାଇଲେ ମୁଖ

କିଟ୍ ମିଟ୍ ଘନ ଅନ୍ଧକାରେ

ତୁମର ସେ ବଜ୍ର ଉପହାର ।

ମୁଁ କିନ୍ତୁ ଫେରିଲିନି

ନା ଫେରିଲେ ସାକ୍ଷୀ ସାତ ଜନ୍ମର 

ମିଛି ମିଛିକା ସମୟ ସ୍ରୋତରେ

ଭାସି ଯାଉଥିବା ସ୍ଵପ୍ନ

ତେବେ କାହା ପାଇଁ ସଜବାଜ

ନା ତୁମେ ତୁମର

ନା ମୁଁ ମୋର

ଏଠି କେହି ନୁହେଁ କାହାର ।

      


Rate this content
Log in

Similar oriya poem from Classics