STORYMIRROR

Anam Charan Sahoo

Action

2  

Anam Charan Sahoo

Action

କିଏ ଜାଣିଥିଲା

କିଏ ଜାଣିଥିଲା

1 min
3.1K

କିଏ ଜାଣିଥିଲା କିଏ ଜାଣିଥିଲା ବଳଦ ପରାୟ ତୁଣ୍ଡି ବାନ୍ଧି ବିଶ୍ବ ଜନ ଆତଯାତ ହେବେ ସଂସାର ମଧ୍ୟରେ କରି ତାକୁ ପଥି ଜ୍ଞାନ। ଧରିତ୍ରୀ ମାତାର ପ୍ରଦୂଷଣ ବୋଝ ଦେଖିବାକୁ ନ ମିଳିବ ଶାନ୍ତିରେ ପ୍ରଶ୍ବାସ ନେଉଥିବ ମାଆ ନୟନେ ଦୃଶ୍ୟ ହୋଇବ। ଜାହ୍ନବୀ, ଯମୁନା ନୀର ଅମୃତର ସୁଆଦ ବାଣ୍ଟିବ ପୁଣି ଚଳଚଞ୍ଚଳ ଏ ବିଶ୍ବ ଭୁବନରେ ନିରବେ ରହିବେ ଗୁଣୀ‌। ମୋ ଜାତି ସଂସ୍କୃତି ମହିମା ଜଗତେ ନମସ୍କାର ହେବ ମାନ୍ଯ ପାଶ୍ଚାତ୍ୟ ଜଗତ ନେତା ମୁଖୁ ପୁଣି ଶୁଭିବ ଭାରତ ଧନ୍ୟ। କଳକାରଖାନା ଗାଡ଼ି ମଟରର ଶବଦ ନିରବି ଯିବ ଗୃହେ ବନ୍ଦୀ ହୋଇ ମାନବ ସମାଜ ମୂଲ୍ୟାଙ୍କନ କରୁଥିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action