STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

କିଏ ହବ ସରି?

କିଏ ହବ ସରି?

1 min
106

କେତେ ଜାତି କେତେ ଧରମକୁ ନେଇ

ଗଢ଼ିଛି ସୁନାର ଭାରତ

ଶାନ୍ତି, ମୈତ୍ରୀ ଆଉ ସତ୍ୟ ପାଇଁ ଆଜି

ଧନ୍ୟ କହେ ସାରା ଜଗତ


ଯେତେ ରାଇଜକୁ ସେତୋଟି ଚଳଣୀ

କୁହନ୍ତି ଅଲଗା ଅଲଗା ଭାଷା

ଖାଦ୍ୟପେୟ ପୁଣି ଭିନ୍ନ ଭିନ୍ନ ଅଟେ

ନାନା ଜାତିର ବେଶଭୁଷା


ଅନେକରେ ଏକ ରହିବା ହେଉଛି

ଭାରତ ମାଆର ପ୍ରତୀକ

ଅହିଂସାର ପଥେ ବାଟ ଚାଲିପୁଣି

ବିଶ୍ୱରେ ତାହାର ରଖିଛି ଟେକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract