କିଏ ବାପା ପରି
କିଏ ବାପା ପରି
ବାପା କିଏ ତୁମ ପରି
ତୁମେ ନେଲ କୋଳ କରି
ଆମକୁ ଧରାକୁ ଆଣିଲ
ମନ ଜାଣି ସବୁ ଦେଲ
କରିଲ ତୁମ ଶାସନ
ଦେଇ ଥିଲ ମାର୍ଗ ଦର୍ଶନ
ତୁମ ସାହସ ପାଇଁ
ଆଉ କାହାକୁ ଡର ନାହିଁ
ନିଜେ କଷ୍ଟ କରିଲ
ପାଠ ପଢାଇ ମଣିଷ କଲ
ନିଜ କଥା ଭାବିଲନି
ଅଭାବ ହେବାକୁ ଦେଲନି
ତୁମେ ବାପା ଥାଉ ଥାଉ
ଲୋଡ଼ା ନାହିଁ କିଛି ଆଉ
ଆମକୁ ପରିଚୟ ଦେଲ
ଦୁନିଆରେ ଆଗକୁ ନେଲ
ତୁମେ ଥିଲେ ଡର କାହାକୁ
ତୁମେ ବାପା ଅଛ ପାଖକୁ
ଆମ ମନ ତୁମେ ଜାଣିଲ
ଆମ ପାଇଁ ଚିନ୍ତା କରିଲ
ତୁମ ଋଣ ସୁଝି ହେବ ନାହିଁ
କିଛି କରି ନାହିଁ ତୁମ ପାଇଁ
ତୁମେ ଚରଣେ ଭକ୍ତି ଥାଉ
ହସ ଖୁସିରେ ଦିନ ଆମ ଯାଉ
ତୁମର ରୋଗ ଶୋକ ହେଉ ଦୂର
ତୁମ ବିନା ଲାଗେ ସବୁ ତ ପର ।।
