STORYMIRROR

Parameswar Ojha

Romance

3  

Parameswar Ojha

Romance

କିଛି ତୁମ ପାଇଁ

କିଛି ତୁମ ପାଇଁ

1 min
345

ଯୋଉ ସଂପର୍କ ବନ୍ଧୁ ଠୁ ଉର୍ଦ୍ଧ୍ବ ରେ 

ଆପଣାର ଠୁ ବି ଆଗରେ

ଯୋଉ ବନ୍ଧନ କୁ ପ୍ରେମ ବି ଇର୍ଷା କରେ 

ସେଇ ସଂପର୍କ ଆମର l


ଢେର୍ ସାରା ସ୍ନେହ ବହୁତ କିଛି ଭଲପାଇବା

ଆଞ୍ଜୁଳାଏ ଶ୍ରଦ୍ଧା ମୁଠାଏ ସପନ

ସନ୍ଦେହ ବି ବସା ବାନ୍ଧିବାକୁ ଭୟ କରେ ଏଠି 

ଯୋଉଠି ଆପଣାର ବି ଫିକା ଲାଗନ୍ତି ବେଳେ ବେଳେ

ସେଇ ସଂପର୍କ ଆମର l


ସତ ତ ସତ ଯୋଉଠି ମିଛ ବି ମିଠା ଲାଗେ

ଲୁହ ଆସିବାକୁ ଅନୁମତି ମାଗେ

ଖୁସି ସବୁବେଳ ର ଅତିଥି ସାଜେ

ଧାରେ ହସ ଓଠେ ଲାଖିଥାଏ ଅକ୍ଳେଶରେ

ସେଇ ସଂପର୍କ ଆମର l


ପାଞ୍ଚ ହଜାର ଷାଠିଏ କି.ମି. ଦୂରତା ରେ ତମେ ଆଉ ମୁଁ

ତଥାପି ଲାଗନ୍ତି ଏଇଟି ଏଇଟି

ଏଇ ଭାବନା ବିନିମୟ ର କଥା ଭିତରେ 

ସବୁ କିଛି ପାଇଗଲା ପରି ଲାଗେ ଯୋଉଠି

କିଛି ହସ କିଛି ଖୁସି ର କିଛି ମାନ ଅଭିମାନର

ସେଇ ସଂପର୍କ ଆମର l


ଯୋଉଠି ଲୁହ ମୋତି ମୋତି ଲାଗେ

ବନ୍ଧୁତା ବି ସ୍ପଷ୍ଟ ପରିସ୍କାର

ଏମିତି ଲାଗେ

ମୁଁ ସିନା ଲେଖେ କବିତା ଗଳ୍ପ 

ହେଲେ ସବୁ ଶ୍ରେୟ ତୁମର 

ସେଇ ସଂପର୍କ ଆମର l


ତୁମେ ଭାବୁଥିବ ମୁଁ ଭୁଲିଗଲି 

ହେଲେ ସବୁଦିନ ଥିବି ତୁମର 

ସେଇ ସଂପର୍କ ଆମର l


ଯୋଉଠି ଛଳନା ର ନାହିଁ ସ୍ଥାନ

ନିଚ୍ଛକ ଭଲପାଇବା ତମର ଆଉ ମୋର

ସେଇ ସଂପର୍କ ଆମର l


ଯୋଉଠି ହରେଇବାର ଅବସୋସ

ନା ଅଛି ଲୋଭ କିଛି ପାଇବାର 

ସେଇ ସଂପର୍କ ଆମର l



Rate this content
Log in

Similar oriya poem from Romance