କିଛି ସ୍ମୃତି ଛୋଟ ଛୋଟ ପିଲାଙ୍କୁ
କିଛି ସ୍ମୃତି ଛୋଟ ଛୋଟ ପିଲାଙ୍କୁ
ପଢିବା ସମୟର କଥା
ମନେ ପଡେ ମୋର
ଛଅ କି.ମି. ଚାଲିକରି ଯାଏ
ବିଦ୍ୟାଳୟ ଘର ।
ସେତେବେଳେ ବସ୍ ର ବହୁ
ଅଭାବ ତ ଥିଲା
ବସ୍ ରେ ସ୍କୁଲରେ ଛାଡ଼ିବା
ପରମ୍ପରା ନଥିଲା ।
କପଡା ବ୍ୟାଗ ତାପରେ ଅଖା
ବ୍ୟାଗ ଆସିଲା
ପରେ ଟିଣ ଟ୍ରଙ୍କରେ ବହି ଖାତା
ନେବା ହେଲା ।
ସ୍କୁଲ ଯିବାରେ କିଛି ଭଲ ମନ୍ଦ
ହେବ କାଳେ
ଏମିତି ଚିନ୍ତା ଭୟ ବାପା ମାଆ
କରୁ ନଥିଲେ ।
ଆମର ଗୁରୁ ଯେତେ ଟିଉସନ
କରୁ ନଥିଲେ
ଲାଜ ଲାଗୁଥିଲା ଯିଏ ସେଇ
ବ୍ୟବସାୟ କରୁଥିଲେ ।
ଆମେ ତ କେବେ ହାତ ଖର୍ଚ୍ଚ
ମାଗିବା ଜାଣି ନଥିଲୁ
ଏହାର ଆବଶ୍ୟକତା କଅଣ
ବି ଭାବି ନଥିଲୁ ।
ଏକ ବୋଝ ବୋଲି ଲାଗୁ
ନଥିଲା ବାପା ମାଆଙ୍କୁ
କେବେ ଜାଣି ନଥିଲୁ ପାଠ
ପଢେଇବା ଆମକୁ ।
ଘରେ ଆଉ ସ୍କୁଲରେ ମାଡ଼
ଖାଇବା ଆମର
ଏକ ସାଧାରଣ ଘଟଣା ଥିଲା
ଦୈନିକ ଜୀବନର ।
ସାଇକେଲ ଚଲେଇବା ମଜା
ହିଁ ଥିଲା ନିଆରା
ସାଇକେଲ ଚଲେଇବାକୁ ମିଳିଲେ
ହେଉ ଖୁସିଭରା ।
ନାତୁଣୀକୁ ବେଳେ ବେଳେ ଛାଡି
ଯେତେବେଳେ
ମନେପଡେ ଏହି ପୁରୁଣା ଜୀବନ
କଥା ସେତେବେଳେ ।