Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALIT MOHAN DASH

Inspirational

3  

LALIT MOHAN DASH

Inspirational

କିଛି ମାଗୁନାହିଁ

କିଛି ମାଗୁନାହିଁ

1 min
104



ସୁଖ ଅବା ଦୁଃଖ କିଛି ମାଗୁନାହିଁ

କରୁଣା-ସାଗର ହରି 

ଜୀବନ ଦୀପରେ ତେଲ ଖୋଜୁନାହିଁ

ସରିତା ଗଲାଣି ସରି ।୧)


ପାଇଛି ଅନେକ ହଜାଇଛି କିଛି

ତାହାର ନାହିଁ ତୁଳନା 

ତୁମରି କରୁଣା ଭରିଛି ପରାଣ

କରିଅଛି ଆନମନା ।୨)


ମୋ ଯାତନା ସଵୁ ଲିଭାଇ ଦେଇଛି

ରଙ୍ଗ ଅଧରର ହସ 

ଜାଣିଛି ମୋ ଦୋଷ କ୍ଷମା କରିଛନ୍ତି

କୃପାଳୁ ଜଗ୍ଗନିବାସ ।୩)


ଦୃଦୟେ ବାନ୍ଧିଵି ଦୀନ-ଵାନ୍ଧବଙ୍କୁ

ସେ ଭାଗ୍ୟ ମୋହର ନାହିଁ 

ଧନ୍ୟ କରିଅଛ ଏ ଦୀନ ଜୀବନ

ଦରଶନ ସୁଖ ଦେଇ ।୪)


ଧନ ମାଗୁ ନାହିଁ ଜନ ମାଗୁ ନାହିଁ

ମାଗୁନି ଶରଧାବାଲି 

ମାଗୁଛି ଏତିକି ନିତି ଦେଖୁଥିଵି

କଳା-ଶ୍ରୀମୁଖକୁ ଖାଲି ।୫)


ପଲକ ନଥିବ ଆଖିରେ ମୋହର

ଭରିଯାଇଥିଵ ନୀର 

ଦୂରୁ ଦିଶୁଥିବେ କାଳିଆ ସାଆନ୍ତ 

ଯୋଡ଼ିଥିବି ବେନି କର ।୬)


ହଜିଯାଇଥିବ କାମନା ବାସନା

ତାଙ୍କରି ଚରଣ ତଳେ 

ଆଖି ଦେଖୁଥିବ ସେ ଚକାନୟନ

ଭାସୁଥିବି କୃପା ଜଳେ ।୭)



Rate this content
Log in

Similar oriya poem from Inspirational