ଦାରୁ ଭୂତ ଦୈତ୍ୟାରୀ
ଦାରୁ ଭୂତ ଦୈତ୍ୟାରୀ
ସୁବର୍ଣ୍ଣ ସ୍ମୃତିର
ଶତ ଶହସ୍ର ସାଇତା ସିନ୍ଦୁକ
ଥାକ ଥାକ ଅମୂଲ ମୂଲ ସମ୍ପତ୍ତି କୁହୁକ
ଅନନ୍ତ ଆଡ଼ବାୟା ଆତ୍ମା ତଳେ ବି ମହକ
ସାତଥାକିଆ ସିଂହାସନେ ସଂଗୁପ୍ତେ ସନ୍ତକ
କେତେ ଦିନୁ କେତେ କାଳୁ
ଆସ୍ଥାନ ଜମେଇଛି ସେ କାଳୁ
କେଉଁ ଏକ ଅମୃତ ମୁହୁର୍ତ୍ତ ବେଳୁ
ଚୁପ୍ ଚାପ୍ ମହାମେଳୁ ମହାଖେଳୁ
କି'ଏ ବା ଜାଣେ
କି'ଏ ବା ଶୁଣେ
ଅବଚେତନ ମନର ଗୁପ୍ତଧନ ଖମ୍ବଆଳୁ
ଜାଣିବା ବି ଦରକାର ପଡିନି ସଂବାଳୁଆ ବେଳୁ ।
ଗୁନ୍ଥି ରହିଛି ମନ ମଗଜରେ ଅଜାଣତରେ
ଫୁଲ ହାର ମଧ୍ୟରେ ମଉଜରେ
କଦଳୀ ପଟୁଆ ସୂତା ପରି ନିରୋଳାରେ
ଶୋଇ ରହିଛି ହୃଦ ଗର୍ଭଗୃହରେ
ଆଡ଼ ମଣ୍ଡପରେ ଭାବ ବର୍ଣ୍ଣ।ଳୀରେ
ଚନ୍ଦନ ବେଦୀରେ ମେଲେଇ ଫେଲେଇ
ସାମ୍ରାଜ୍ୟ ଲମ୍ବେଇ ମନ ଇଲାକାରେ
ସ୍ମୃତି ଧନ କଡ଼ ଲେଉଟାଏ
ନିରୋଳା ଲଗ୍ନରେ
ଚୁପ୍ ଚାପ୍ ଖରାବେଳେ
ଝରକା ଆଗରେ ଆଳସୀ କୃଷ୍ଣଚୂଡାର
ପ୍ରେମୀକ ପ୍ରବର ପବନା ପଭଞ୍ଜନର
ଲୁଚକାଳି ଖେଳ
ଲଟର ପଟର ମେଳ
ଦେଖି ବେଳେବେଳେ
ରୋମନ୍ଥନ ହୁଏ ଅତୀତ ଆଇନାରେ
ମୃଦୁ ସିହରଣରେ ଭଲ୍ଲସିତ ହୁଏ
<p>ସମଗ୍ର ପ୍ରାଣସତ୍ତା ବେଳେ ଅବେଳେ ।
କ୍ଷଣିକ ଉନ୍ମେଷ ହେଲେ ସ୍କୃତି ସ୍କୁଲିଙ୍ଗ
ଆଖିରେ ମୁଖରେ ଶିରା ପ୍ରଶିରା ସର୍ବାଙ୍ଗ
ଖେଳିଯାଏ ଖୁସିର ଚମକ ଉମଙ୍ଗ
ତଡିତ୍ ବେଗରେ ବୈଦୁତିକ ତରଙ୍ଗ
ଆତ୍ମ ବିଭୋର ହୋଇ ଉଠେ ବ୍ୟକ୍ତିସତ୍ତା
ଚିତ୍ର ଚରିତ୍ର କାହାଣୀ ସାଙ୍ଗୀ ସଙ୍ଗ ।
ସ୍ଥାୟୀ ମେମୋରୀରେ ଚିରଦିନ
ସଂଗୃହିତ
ହୃଦ ପଥରରେ ଖୋଦିତ ଖଚିତ ସ୍ଥାପିତ
ଉଦ୍ବେଳିତ ତନୁ -ମନ
ଅବହେଳିତ ଯୌବନ
ବିସାଦଗ୍ରସ୍ତ ଜୀବନ
ନିରାସକ୍ତ ତେଲ ଲୁଣର ଜୀବନ ଚୌହଦୀ
ଘୁଣଖିଆ ପୋକଖିଆ କାଠଗଣ୍ଡି ପରି
ମଣିଷ ଟା ପାଲଟିଯାଏ
ପୋକରା ଫୋମ୍ପରା କଣା ବଣା
ଶକ୍ତିହୀନ କାଠ -ଦାରୁଖଣ୍ଡ ପରି ହଣା ।
ଖୋଲିଦିଏ କି'ଏ ସ୍କୃତି ସିନ୍ଦୁକ
ସାତ ଥାକ ତଳେ ଚକାପାରି
ସୁବର୍ଣ୍ଣ ସମ୍ପତ୍ତି ଆଖିଠାରେ ପ୍ରତୀକ
ଆଶାହୀନ ଦିଶାହୀନ ମୁହ୍ୟମାନ
ମଣିଷ ମନରେ
ଆଶାର କ୍ଷୀଣ ରେଖା ସଂଚାରୀ
ନୂଆ ରାହାର ଗୁପ୍ତପଥ ବିଦାରି
ଆଗକୁ ଚାଲିବାକୁ ତର୍ଜନି ପ୍ରସାରୀ
ପରାଜିତ ଦାନବ ରୁ ମାନବ
ପରାସ୍ତ ମଣିଷରୁ ସ୍ନେହିଳ ବାନ୍ଧବ
ଦାରୁ ଭୂତ ମୂରାରୀ ଦୈତ୍ୟାରୀ ।