ମା ବିନା କିଏ ମୋର
ମା ବିନା କିଏ ମୋର
ମୋ ମା ବିନା କିଏ ବା ମୋହର
ଯିଏ ବୁଝେ ସିନା ମୋରି ଅନ୍ତର
ମା ବିନା ରହି ହୁଏ ନାହିଁ କେବେ
ମା ବିନା ବୁଝେନା ମନ ତେବେ
ମା ମୋତେ ଛାଡି ଦିନୁ ଟେ ରୁହେ ନାହିଁ
ଧନ ସମ୍ପତ୍ତି ସବୁ ମୁଁ ତାହା ପାଇଁ
ମା ବିନା କିଏ ଆଉ ହେବ ନିଜର
ତା ପାଖରେ ମିଳେ ସବୁ ସୁଖ ମୋର
ମା ହାତ ରନ୍ଧା କିଏ ଆଉ ଦେବ
ମୋ ପେଟ ଆଉ ମନ କୁ କିଏ ଜାଣିବ
ମା ପାଖେ ଥିଲେ ଡର ଲାଗେ ନାହିଁ
ଅନ୍ଧର ଲଉଡି ମୋ ମା ମୋ ପାଇଁ
ଆମ କଥା ମା ସିନା ବୁଝି ପାରିବ
ତା ବିନା ଦୁନିଆ ଟା ଅନ୍ଧାର ଲାଗିବ
ମା ଡାକ କେତେ ମିଠା ଲାଗୁଥାଏ
ଯେତେ ଡାକିଲେ ବି ମନ ଝୁରୁ ଥାଏ
ଆଖି ଆଗରୁ କେବେ କରି ପାରେନା ଦୂର
ଅନ୍ତ ଚିରି ଜନ୍ମ ଦେଇଛି ସେ,
ଗର୍ଭ କଷ୍ଟ ସହିଛି ତାର
ମା ନାମ ରେ କେତେ ସ୍ନେହ ଆଦର ଅଛି
ମା ହୃଦୟ ରୁ ସନ୍ତାନ ପାଇଁ ଝରି ପଡୁଛି
ମା ତୋ ବିନା ଜମା ରହି ହୁଏ ନାହିଁ
ଯେତେ ଦୂରେ ଥିଲେ ବି ଅଛି ତୋ ପାଇଁ
ମା ତୋ ଆଶିଷ ଢାଳି,
ହୋଇ ଥିବୁ ସାହା ମୋ ପାଇଁ
ତୋ ବିନା କେମିତି ରହିବି କହ,
ଯେତେ ଦୋଷ କଲେ ଧରିବୁ ନାହିଁ ।