Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Arjuni charan Behera

Inspirational Others

3  

Arjuni charan Behera

Inspirational Others

ସତୀଦାହ

ସତୀଦାହ

1 min
142



ପତି ଚିତାନଳେ ସତୀ ଝାସ ଦେଇ

       ପାଳନ୍ତି ପବିତ୍ର ଧର୍ମ l

ପତିବ୍ରତାନାରୀ ମହାନ ଏ ଦେଶେ

       ଏହା ସନାତନ ମର୍ମ ll

ସୀତା, ମନ୍ଦୋଦରୀ, ଅହଲ୍ୟା,ପାଞ୍ଚାଳୀ,

     ତାରା ଆଦି ବରାଙ୍ଗନେ l

ପତିବ୍ରତା ପଞ୍ଚ କନ୍ୟାଙ୍କ ବନ୍ଦନା

      ପୁଣ୍ୟ ଯଜ୍ଞ ଅନୁଷ୍ଠାନେ ll

ସତୀଙ୍କୁ ଜାଳନ୍ତି ପତିଙ୍କ ଚିତାରେ

        ଆହା କି ନିଷ୍ଠୁର କର୍ମ l

ଧର୍ମ ନାମେ ମହା କୁସଂସ୍କାର ଏହି

       ଅଟେ ତ ମହା ଅଧର୍ମ ll

ଧରମ ଧ୍ଵଜୀଏ କୁହ ମୋତେ କୁହ

    କେଉଁ ଶାସ୍ତ୍ର ଏହା କହେ ?

ଏହି କଥା ଖାଲି ମନ ଗଢ଼ା ତୁମ୍ଭ

      ଶାସ୍ତ୍ରର ସ୍ୱୀକୃତି ନୁହେଁ ll

କେଉଁଠୁ ଆସିଲ ରାମମୋହନ ହେ

      ହିନ୍ଦୁ ଧର୍ମ ଦେଲ ପୋଡ଼ି l

ନିଜ କର୍ମ ଛାଡ଼ି ଧର୍ମେ ହସ୍ତକ୍ଷେପ

    ବେକ ଦେବୁ ତୁମ୍ଭ ମୋଡ଼ି ll

ଧର୍ମ ନାମେ ମହା ଅଧର୍ମ କରୁଛ

       ଶୁଣ ଶୁଣ ସୁଜ୍ଞ ଜନ l

ସତୀଦାହ ପ୍ରଥା ନିଶ୍ଚେ ଉଠାଇବି

    ଏହା ମୋ ସତ୍ୟ ବଚନ ll

ନିବେଦନ ଶୁଣ ବେଣ୍ଟିକ ସାହେବ

       କହୁଅଛି ଯୋଡ଼ି ହାତ l

ଆଇନ ଗୋଟିଏ କରି କି ପାରିବ

    ଆହେ ସୁଜ୍ଞାନୀ ମହତ ll

ବାଳୁତ ବିବାହ ପୁଣି ସତୀ ଦାହ

      ଏ ଦେଶରୁ ଯିବ ହଟି l

ବିଧବା ବିବାହେ ସତୀର କଷଣ

       ଚିରକାଳ ଯିବ କଟି ll

କାଳେ ହେଲା ଘାତ ପ୍ରତିଘାତ

ମଧ୍ୟେ ଆଇନ ଦ୍ୱାରା ଅସିଦ୍ଧ l

ସ୍ୱାମୀର ଯୁଇରେ ଜୀବନ୍ତ ଜଳିବା

ସତୀ ହେଲେ ନାହିଁ ବାଧ୍ୟ ll

କାଳେ କାଳେ ବାଜା ବାଜୁଥିବ ରାଜା

     ଶ୍ରୀ ରାମମୋହନ ରାୟ l

ବ୍ରାହ୍ମ ସଂସ୍ଥାପକ ଧର୍ମ ସଂସ୍କାରକ

     ରାମ ମୋହନଙ୍କ ଜୟ ll

            


Rate this content
Log in