ମୋ ଜୀବନ ପଥେ
ମୋ ଜୀବନ ପଥେ
ଅନ୍ଧାର ହଟାଇ ଜୀବନେ
ଜାଳି ଆଲୋକ ବତୀ
ଦେଖାଇଛ ସତ ମାର୍ଗକୁ
ଗୁରୁ ପାଦେ ପ୍ରଣତି
ହଜିଲା ଅତୀତ ପଢୁଛି
ମନେ ଆଜି ବି ମୋର
ସୁମାର୍ଗ୍ ସୁପଥ ଦର୍ଶକ
ପ୍ରିୟ ଗୁରୁଜୀ ମୋର
ଅମୃତର ପଥେ ବହିଲା
ଯେବେ ପୁଣ୍ୟର ଧାର
ତୁଚ୍ଛ କଲ ମାୟା ସଂସାର
ସବୁ ଲାଗେ ଅସାର
ତୀବ୍ରତର ହେଲା ହୃଦୟେ
ସତ୍ୟ ଧର୍ମର ବାଣୀ
ଆପଣାର ହେଲେ ସଭିଏଁ
ଦୁଃଖୀ ରଙ୍କି ଓ ଜ୍ଞାନୀ
ବାଣ୍ଟି ଦେଲ ସ୍ନେହ ପ୍ରେମକୁ
ସ୍ୱଚ୍ଛ ଝରଣା ପରି
କଳ କଳ ନାଦେ ବହିଲା
କରି ଓଁ କାର ଧ୍ଵନି
ହୃଦୟ କନ୍ଦରୁ ଶୁଭିଲା
ରାମକୃଷ୍ଣଙ୍କ ନାମ
ବିବେକାନନ୍ଦ ମା ସାରଦାକର
p>
ଯୋଗ୍ୟ ସନ୍ତାନ
ଅହନିଶି ଜପ ଧ୍ୟାନରେ
କଟେ ଦିବା ଓ ରାତି
ଆଲୋକର ମହଦୀପଟି
ଘୁଞ୍ଚାଇଲା ବିପତ୍ତି
କାୟମନ ବାକ୍ୟେ କରିଲ
ଯେଉଁ କ୍ରୁଛ ସାଧନା
ସୁରମ୍ୟ ମନ୍ଦିର ପ୍ରଭୁ ହେ
କିବାଦେବି ଉପମା
ହୋଇ ଗଲା ପୁଣ୍ୟ ତୀର୍ଥ ସେ
ଯୁଗ ଯୁଗର ପାଇଁ
ବଟ ବୃକ୍ଷ ସାକ୍ଷୀ ରହିଲା
ଚାରି ଯୁଗକୁ ଚାହିଁ
ଚିନ୍ତା ଚେତନାରେ ଭରିଲ
ଯେଉଁ ପୁଣ୍ୟ କଳ୍ପନା
କାଳଜୟୀ ହେଲ ଯୁଗକୁ
ହୃଦେ ସଦ ଭାବନା
ଗୁରୁ ସଦା ତୁମେ ମଙ୍ଗଳମୟ
ଅନ୍ଧ ଲଉଡ଼ି
ବାନ୍ଧିଦେଇଅଛ ଜଗତେ
ଗୁରୁ ପୁଣ୍ୟର ସିଡି ।