ବିଶ୍ରାମ ଶିଳା
ବିଶ୍ରାମ ଶିଳା
ଜୟ ତୁ ମଙ୍ଗଳା ମାତ ଜୟ କାକଟେଇ
ଅର୍ଦ୍ଧଯାମେ ସଂସାରେ ଭ୍ରମଣକରୁ ଯାଇ l
ସନ୍ତାନଙ୍କ ଦୁଃଖ ସୁଖ ବୁଝି ଫେରି ଆସୁ
କ୍ଲାନ୍ତି ନିବାରଣ ଅର୍ଥେ ଶିଳା ପରେ ବସୁ l
ତୋ ମନ୍ଦିରେ ରହିଅଛି ସେ ବିଶ୍ରାମ ଶିଳା
ଭାବି କରି ଭକ୍ତ କ୍ଷଣେ ହୁଅଇ ବାଉଳା l
ଉତ୍କଳ ସାଧବେ ପୂର୍ବକାଳେ ତୋତେ ସ୍ମରି
ଅଗାଧ ଜଳେ ଛାଡ଼ିଲେ ନିର୍ବିଘ୍ନରେ ତରୀ l
ଅଗାଧ ଜଳରେ ମାତ ତୋତେ ହିଁ ଭରସି
କଟିଯାଏ ବାଆ ବାତ୍ୟା ବରଷା ବତାସି l
ବେପାର ବଣିଜ ସାରି ତୋ ସନ୍ତାନ ଗଣ
ଘେନି ଆଣୁଥିଲେବୋହି ଜାତି ଜାତି ଧନ l
ମଙ୍ଗଳେ ରହିଲି ମା' ତୋ ଚରଣ ସୁମରି
ଭବ ବାରିଧିର ବକ୍ଷେ ମୋ ଦଦରା ତରୀ ।