Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational

3  

Bharatabandhu Biswal

Inspirational

ସୁନା ଠାକୁର ମୋର

ସୁନା ଠାକୁର ମୋର

1 min
163



କିଏ ସେ ହେବ କାଳିଆ ପରି

  ସୁନା ଠାକୁର ମୋର

ଦେଖିଲେ ଡୋଳେ ଚକା ନୟନ

  ଦୁଃଖ ହୁଅଇ ଦୂର ।


ଦେଉଳ ତାର ଶିରୀ ମନ୍ଦିର 

  ପୁରୁଷୋତ୍ତମ ଧାମ

ନନ୍ଦିଘୋଷରେ ବାମନ ସିଏ 

  ରାଧିକା ପ୍ରାଣଧନ

ପୁକାରେ ଭକ୍ତ  ବଡଦାଣ୍ଡରେ

  ଶୁଭେ ତା ଜୟକାର ।


ପବିତ୍ର ତାର ମହାପ୍ରସାଦ 

 କୈବଲ୍ୟ ଟଙ୍କପାଣି

ଧନ୍ୟ ହୁଅଇ ଭକ୍ତ ଜୀବନ

  ତୁଣ୍ଡ ତା ନାମ ଗୁଣି

ମିଳଇ ଶାନ୍ତି  ମୁକତି ଗତି

  ଦେଖିଲେ ନୀଳଚକ୍ର ।


ସିଏ ତ ଧନ  ଜୀବନ ମୋର 

  ଆତ୍ମୀୟ ସହୋଦର

ତା ପାଦପଦ୍ମେ  ସକଳ ତୀର୍ଥ 

  ବୈକୁଣ୍ଠ ଚଉବର୍ଗ 

ସୁଲଭୁ ଜୀବ  ଆଶିଷ ଶୁଭ

  ଫିଟୁ ସରଗ ଦ୍ୱାର ।



Rate this content
Log in